ଚଳନ୍ତା ଟ୍ରେନର ଝରକାକୁ ଧରି ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିଲେ ଏହି ଯୁବକ ! ଘଟିଲା କିଛି ଏଭଳି ଘଟଣା, ଆଉ ତା ପରେ…

43

ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ଦେଖାଇବା ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ସୋସିଆଲ ମିଡିଆରେ ନିକଟରେ ଏକ ଷ୍ଟଣ୍ଟର ଦୃଶ୍ୟ ଥିବା ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓର ଯୁବକଙ୍କ ଷ୍ଟଣ୍ଟ ଦେଖିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ । ସୋସିଆଲ ମିଡିଆରେ ବିପଦପୂର୍ଣ୍ଣ ପରିସ୍ଥିତି ଜଣେ ଯୁବକ ଷ୍ଟଣ୍ଟ ଦେଖାଉଥିବାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଜଣେ ଯୁବକ ଚଳନ୍ତା ଟ୍ରେନ୍ ଝରକାରେ ଝୁଲି ଷ୍ଟଣ୍ଟ ଦେଖାଉଥିଲା ବେଳେ ଟ୍ରେନ୍ ଗେଟ ପାଖରେ ଛିଡା ହୋଇଥିବା ଆଉ ଜଣେ ଯୁବକ ଏହାର ଭିଡିଓ ବନାଉଥିବା ଜଣାପଡ଼ିଛି ।

କମଳା ରଙ୍ଗର ପୋଷାକ ପିନ୍ଧିଥିବା ଯୁବକ ପିଠିରେ ଏକ ବ୍ୟାଗ ଝୁଲାଇ ଟ୍ରେନ୍ ଝରକାରେ ଥିବା ରଡରେ ଝୁଲି ଦୁଇ ଗୋଡକୁ ଉପରକୁ ଉଠାଇ ଷ୍ଟଣ୍ଟ ଦେଖାଉଥିଲେ । ଦେଢ଼ ମିନିଟର ଏହି ଭିଡିଓରେ ଯୁବକ ଏକ ମିନିଟ୍ ପର୍ୟ୍ୟନ୍ତ ଏହି ଷ୍ଟଣ୍ଟ ଦେଖାଇବା ପରେ ତାଙ୍କର ହାତ ହଠାତ୍ ରଡରୁ ଖସି ପଡ଼ିଥିଲା ଓ ସେ ତଳେ ପଡ଼ି ଯାଇଥିଲା । ଯୁବକ ଚଟାଣରେ ପଡ଼ିଯିବା ସତ୍ତ୍ୱେ ଭିଡିଓ ବନାଉଥିବା ଯୁବକ ଟ୍ରେନର ଚେନ୍ ଟାଣି ଅଟକାଇବା ବଦଳରେ ସେଭଳି ପୂର୍ବବତ୍ ଭିଡିଓ ବନାଇବା ଜାରି ରଖିଥିଲେ । ଏହି ଭିଡିଓଟି ୧୨ଜୁଲାଇ ନନ୍ଦନ ବେଙ୍ଗାଲୁରୁ ଏକ୍ସପ୍ରେସର ବୋଲି କୁହାଯାଉଛି । ତେବେ ଯୁବକଙ୍କ ପରିଚୟ କ’ଣ ଏବଂ ଅବସ୍ଥା ଏବେ କିପରି ଅଛି ତାହା ଏଯାବତ୍ ଜଣାପଡ଼ି ନାହିଁ ।