ସଡ଼କ ସୁରକ୍ଷା ସପ୍ତାହରେ ଆରଟିଓଙ୍କ ନିଆରା ଉଦ୍ୟମ । ସାଇକେଲରେ ବୁଲି ଲୋକଙ୍କୁ ଦେଉଛନ୍ତି ନିରୋଗ ଓ ପ୍ରଦୂଷଣ ମୁକ୍ତ ବାର୍ତ୍ତା

118

କନକ ବ୍ୟୁରୋ: ସଡ଼କ ସୁରକ୍ଷା ସପ୍ତାହରେ ଆରଟିଓଙ୍କ ନିଆରା ଉଦ୍ୟମ । ସାଇକେଲ ଚଢି ସହରରୁ ସହର ବୁଲି ଲୋକଙ୍କୁ ନିରୋଗ ଓ ପ୍ରଦୂଷଣ ମୁକ୍ତ ହେବାର ବାର୍ତ୍ତା ଦେଉଛନ୍ତି ଖୋଦ ମାଲକାନଗିରି ଆରଟିଓ ପ୍ରହ୍ଲାଦ ବେହେରା । ମୋଟର ସାଇକେଲ ଯୋଗୁଁ ଯୁବପିଢୀ ସବୁବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି । ତେବେ ପିଲାଙ୍କୁ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଆରଟିଓ ।

ସବୁଠୁ ବଡ କଥା ହେଉଛି ଆରଟିଓ ପ୍ରହ୍ଲାଦ ବେହେରା କେବଳ ସରକାରୀ କାମକୁ ବାଦ ଦେଲା ପରେ ନିଜ ବ୍ୟକ୍ତିଗତ କାମକୁ ସେ ସାଇକେଲ ଯୋଗେ ହିଁ କରନ୍ତି । ଏପରିକି ପ୍ରତିଦିନ ସାଇକେଲ ଯୋଗେ ସେ ୫ରୁ ୭ କିମି ଯିବାଆସିବା କରିଥାନ୍ତି ।