ମାଲକାନଗିରି ମୁନଷା ଗାଁର ବିପର୍ଯ୍ୟସ୍ତ ରାସ୍ତା : ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

20

ମାଲକାନଗିରି : ମାଲକାନଗିରି ମୁନଷା ଗାଁର ବିପର୍ଯ୍ୟସ୍ତ ରାସ୍ତା ନେଇ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ବିଧାୟକ ମାନସ ମାଡକାମୀ ଓ ଜିଲ୍ଲା ପରିଷଦଙ୍କ ସହ ଏକ ଟିମ ଘଟଣା ସ୍ଥଳରେ ପହଚିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୭ ଦିନ ମଧ୍ୟରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ବର୍ଷା ଦିନ ପରେ ଗାଁକୁ ପିଚୁ ରାସ୍ତା ନିର୍ମାଣ ହେବ । ଗ୍ରାମ୍ୟ ଉନ୍ନୟନ୍ନ ବିଭାଗକୁ ଏନେଇ ଏକ ଚିଠି ଲେଖାଯାଇଛି ବୋଲି ବିଧାୟକ କହିଛନ୍ତି । ବର୍ଷା ଦିନେ କିଭଳି ଅଙ୍ଗନୱାଡିର କୁନି କୁନି ପିଲା ଓ ଗ୍ରାମବାସୀ କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି ସେ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା ।

ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ଯାତାୟାତ କରୁଛନ୍ତି ଗ୍ରାମବାସୀ । ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ। ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରୀ ସତ୍ୱେ ଗ୍ରାମବାସୀ ବିଫଳ ହେବାରୁ ଆଜି ଏକ ଅଭିନବ ପ୍ରତିବାଦ କରିଥିଲେ । ରାସ୍ତାରେ ଧାନରୋଇ ଗ୍ରାମବାସୀ ମାନେ ପ୍ରତିବାଦ କରିଥିଲେ ।