ବିଚ୍ଚିନ୍ନାଂଚଳରେ ମା ଓ ଶିଶୁ ଟୋକେଇରେ ବୁହା ହେବା ଘଟଣା : ସହାୟତାର ହାତ ବଢାଇଲା ମାଲକାନଗିରି ପୁଲିସ

8

ମାଲକାନଗିରି : ସହାୟତାର ହାତ ବଢାଇଲା ପୁଲିସ । ମାଲକାନଗିରି ତୋଟାଗୁଡାର ମାଆ ଓ ନବଜାତ ଭଙ୍ଗା, ଦଦରା ଟୋକେଇରେ ବୁହାହେବା ଖବର କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ବିଚ୍ଛିନ୍ନାଂଚଳର ମହିଳା ମୁଲତା ହନ୍ତାଳ, ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଗୁରୁପ୍ରୀୟା ନଦୀ ପାର ହେବା ପରେ ଯାନବାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଉଏକ ଶିଶୁକୁ ଜନ୍ମଦେଇଥିଲେ । ଏବେ ମାଆ ଓ ଦୁଇ ଶିଶୁଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ, ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଆଗକୁ ଆସିଛି ମାଲକାନଗିରି ଜିଲ୍ଲା ପୁଲିସ। ଏସପିଙ୍କ ନିର୍ଦେଶରେ ହସ୍ପିଟାଲ ଯାଇ ମାଆ ଓ ଦୁଇ ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପୁଲିସ। ଏମାନଙ୍କ ଖାଇବା ପିଇବା ଖର୍ଚ୍ଚ ମଧ୍ୟ ପୁଲିସ ଯୋଗାଇ ଦେବ ବୋଲି କହିଛି । ଅଧିକ ତଥ୍ୟ ପାଇଁ ଦେଖନ୍ତୁ ଏହି ଭିଡିଓ :