ମ୍ୟାଲେରିଆ କବଳରେ ମାଲକାନଗିରିର ବଣ୍ଡା ଘାଟି

36

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ଧରି ମ୍ୟାଲେରିଆ ବ୍ୟାପିବା ପରେ ଏବେ ଚେତିଛି ସ୍ୱାସ୍ଥ୍ୟ ବିଭାଗ । ବଣ୍ଡା ଘାଟିର ସମସ୍ତ ୩୨ଟି ଗାଁରେ ପର୍ଯ୍ୟାୟକ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର କରାଯାଉଛି । ଗାଁ ଗାଁ ବୁଲି ରୋଗୀଙ୍କ ରକ୍ତ ନମୂନା ସଂଗ୍ରହ କରୁଛି ଡାକ୍ତରୀ ଦଳ । ମ୍ୟାଲେରିଆ ଚିହ୍ନଟ ରୋଗୀଙ୍କୁ ଖଇରପୁଟ ମେଡିକାଲରେ ଭର୍ତି କରାଯାଉଛି ।