ସାରା ଦେଶ ଉତ୍ସବର ମାହୋଲ : ଦକ୍ଷିଣ ଭାରତର ପୋଙ୍ଗଲ ଓ ଉତ୍ତରରେ ଲୋହରୀର ଧୁମ୍

37

କନକ ବ୍ୟୁରୋ : ଆଜି ସାରା ଦେଶରେ ଉତ୍ସବର ମାହୋଲ । ଦକ୍ଷିଣ ଭାରତରେ ଆଜି ପୋଙ୍ଗଲ ପାଳନ କରାଯାଉଛି । ଉତ୍ତର ଭାରତରେ ବି ଚାଲିଛି ଲୋହରୀ । ଆଜି ମକର ସଂକ୍ରାନ୍ତିରେ ଆହ୍ଲାବାଦରେ ବୁଡ ପକାଇବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ ଜମିଛି । ମକର ସଂକ୍ରାନ୍ତି ଅବସରରେ ଦକ୍ଷିଣ ଭାରତରେ ୩ ଦିନ ପାଇଁ ଉତ୍ସବର ମାହୋଲ ଚାଲିଛି ।

ବ୍ରହ୍ମପୁରରେ ଚାଲିଛି ମକର ସଂକ୍ରାନ୍ତିର ଧୁମ । ଗତକାଲି ରାତିରେ କେମିତି ମାହାଲୋ ଥିଲା ସେ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆମ ରିପୋର୍ଟର ଆଲୋକ ସାହୁ । ଆଜି ମକର ସଂକ୍ରାନ୍ତି । ଆଉ ମକର ସଂକ୍ରାନ୍ତିରେ ଚଳଚଂଚଳ ହୋଇଛି ଶ୍ରୀମନ୍ଦିର । ଆଜି ଏଥିପାଇଁ ସ୍ୱତନ୍ତ୍ର ନୀତିର ଆୟୋଜନ ହୋଇଛି ।