ମହିନ୍ଦ୍ରା ଲଂଚ କଲା ଇ-ରିକ୍ସା ! ଥରେ ଚାର୍ଜ କଲେ ୮୫ କିମି ଚାଲିବ

61

ମହିନ୍ଦ୍ରା ଲଂଚ କଲା ଇ-ରିକ୍ସା । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଇ-ରିକ୍ସା କ୍ଷେତ୍ରରେ ପାଦ ରଖିଛି । କମ୍ପାନୀ ଇ-ଆଲଫା ମିନି ନାମକ ଇ–ରିକ୍ସା ଲଂଚ କରିଛି । ଯାହାର ମୂଲ୍ୟ ପାଖାପାଖି ୧.୧୨ ଲକ୍ଷ ଟଙ୍କା ରହିଛି । ଏହି ଇ-ରିକ୍ସାକୁ କୋଲକାତା, ଲକ୍ଷ୍ନୌ ଓ ଦେଶର ଅଲଗା ଅଲଗା ସ୍ଥାନରେ ବିକ୍ରି କରାଯିବାର ଯୋଜନା ରହିଛି । ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା ଏହି ଇ-ରିକ୍ସାକୁ ମାତ୍ର ଥରେ ଚାର୍ଜ କଲେ ୮୫ କିମି ଯାତ୍ରା କରିପାରିବ । ଇ-ରିକ୍ସାର ଅଧିକତମ ବେଗ ୨୫ କେଏମପିଏଚ୍ ଦିଆଯାଇଛି ।

ଇ-ଆଲ୍ଫା ମିନିରେ ୧୦୦୦ ୱାଟର ମୋଟର ଦିଆଯାଇଛି । ଏହି ରିକ୍ସାରେ ବ୍ୟାଟେରୀ କ୍ଷମତା ୧୨୦ ଏଏଚ୍ ରହିଛି । କମ୍ପାନୀର କହିବା ଅନୁସାରେ ଏହି ଇ-ରିକ୍ସା ଲଚିଂ ପୂର୍ବରୁ ଏକ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ପରୀକ୍ଷା କରାଯାଇଛି । କମ୍ପାନୀ ଏହି ଇ-ରିକ୍ସାକୁ ଲାଷ୍ଟ ମାଇଲ କନେକ୍ଟିଭିଟି ଓ ଇନ୍ଟ୍ରା-ସିଟି ମୁଭମେଂଟକୁ ନଜରରେ ରଖି ତିଆରି କରିଛି । କମ୍ପାନୀର କହିବା ଅନୁସାରେ ଏହା କେବଳ ଆରମ୍ଭ ମାତ୍ର ।

ଆଗାମୀ ଦିନରେ କମ୍ପାନୀ ଆଉ ଅଧିକ ଇଲୋକ୍ଟ୍ରୋନିକ୍ସ ବାହନ ଲଂଚ କରିବ । କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଇ-ଆଲ୍ଫା ମିନିକୁ ପ୍ରଦୂଷଣ ମୁକ୍ତ ଯାତ୍ରା ପାଇଁ ତିଆରି କରାଯାଇଛି । ଏହି ଇ-ରିକ୍ସାକୁ ମହିନ୍ଦ୍ରା କମ୍ପାନୀର ବିଶ୍ୱସନୀୟତାକୁ ନଜରରେ ରଖି ଉପସ୍ଥାପନ କରାଯିବ, ଯାହା ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ଭରସାଯୋଗ୍ୟ ହେବ । ଇ-ରିକ୍ସାରେ ସର୍ବମୋଟ ୫ ଜଣ ବସିପାରିବେ । ଏହାକୁ ଭାରତୀୟ ପରିସ୍ଥିତିକୁ ଆଖିରେ ରଖି ତିଆରି କରାଯାଇଛି । କମ୍ପାନୀ ଏହାକୁ କିଣିବା ପାଇଁ ଫାଇନରନ୍ସର ବ୍ୟବସ୍ଥା ମଧ୍ୟ କରିବ । ଯାହାଦ୍ୱାରା ଇ-ଆଲ୍ଫା ରିକ୍ସାକୁ କିଣିବା ପାଇଁ କମ ଡାଉନପେମେଂଟ ଦେବାକୁ ପଡ଼ିବ ଏବଂ କମ ଇଏମଆଇରେ କିଣିପାରିବେ ଗ୍ରାହକ ।

                       ସୌଜନ୍ୟ- ଅମର ଉଜାଲା