ଭୁବନେଶ୍ୱରରେ ପହଂଚିଲେ ହତ୍ୟା ଅଭିଯୁକ୍ତ ମହିମା ମିଶ୍ର

40

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଂଚିଲେ ହତ୍ୟା ଅଭିଯୁକ୍ତ ଶିଳ୍ପପତି ମହିମା ମିଶ୍ର । ଭୁବନେଶ୍ୱର ପହଂଚିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ତେବେ ବିମାନ ବନ୍ଦରରୁ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି ।

ମହିମାଙ୍କ ଗିରଫ ପରେ ଏବେ ଆରମ୍ଭ ହେବ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାର ପରବର୍ତ୍ତୀ ତଦନ୍ତ । ଗତକାଲି ଥାଇଲାଣ୍ଡ ପୁଲିସ୍ ଏହି ଦୁଇ ଜଣଙ୍କୁ ଅଟକ ରଖିଥିବା ନେଇ ସ୍ଥାନୀୟ ଖବର କାଗଜରେ ପ୍ରକାଶ ପାଇଥିଲା । ଅନ୍ୟପଟେ ଓଡିଶା ପୁଲିସ ଥାଇଲାଣ୍ଡ ଯାଇ ପ୍ରତ୍ୟାର୍ପଣ କାଗଜପତ୍ର କାମ ସାରି ମହିମା ଓ ବସନ୍ତଙ୍କୁ ଓଡିଶା ଆଣିଛି ।