ସିୱେଜ୍ ସିପିଂ କମ୍ପାନୀ ଜିଏମ ହତ୍ୟା ମାମଲା: ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ରିମାଣ୍ଡରେ ଯିବେନି ମହିମା ମିଶ୍ର

28

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସିୱେଜ୍ ସିପିଂ କମ୍ପାନୀ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ମହିମା ମିଶ୍ରଙ୍କ ରିମାଣ୍ଡ ଆଜି ପାଇଁ ସ୍ଥଗିତ ହୋଇଛି । ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ରିମାଣ୍ଡରେ ଯିବେନି ମହିମା ମିଶ୍ର ବୋଲି ସୂଚନା ଦେଲେ ପାରାଦୀପ ପୋଲିସ । ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲିଠୁ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନିଆଯିବ । ତେବେ ଆଜି ଠାରୁ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ଦେଇଥିଲେ । ରିମାଣ୍ଡ ଅବଧି ଭିତରେ ସିୱେଜ୍ ସିପିଂ କମ୍ପାନୀ ଜିଏମ ମାମଲା ବାବଦରେ ମହିମା ମିଶ୍ରଙ୍କ ଠାରୁ ବହୁ ତଥ୍ୟ ହାସଲ କରିବା ଲକ୍ଷ୍ୟ ରଖିଛି ପୁଲିସ । ମହେନ୍ଦ୍ର ସ୍ୱାଇଁ ହତ୍ୟା ପଛର ପ୍ରକୃତ କାରଣ କଣ ଜାଣିବା ପାଇଁ ମହିମାଙ୍କ ଗୁଡେଇ ତୁଡେଇ ପ୍ରଶ୍ନ କରିବ ପାରାଦୀପ ପୁଲିସ ।

ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ତାର ଖିଅ ମଧ୍ୟ ଖୋଜିବ ପୁଲିସ । ମହିମା ମିଶ୍ରଙ୍କ ସହଯୋଗୀ ବସନ୍ତ ବଳଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଜେରା କରିବ ପୁଲିସ । ତେବେ ମଙ୍ଗଳବାର ରାତିରେ ଅସୁସ୍ଥ ହୋଇ ଜଗତସିଂହପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିମା ମିଶ୍ର ଗତକାଲି ପୁଣି କୁଜଙ୍ଗ ସମାଗୋଳ ସ୍ଥିତ ସବ୍ ଜେଲକୁ ଫେରିଛନ୍ତି । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକର ଏକ ହୋଟେଲରୁ ଗତ ୨୪ ତାରିଖରେ ମହିମା ଓ ତାଙ୍କ ସହଯୋଗୀ ବସନ୍ତ ଧରାପଡିଥିଲେ । ୨୬ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କୁ ରାତାରାତି ପାରାଦୀପ ଥାନାକୁ ଅଣାଯାଇଥିଲା । ୨୭ ତାରିଖ ସକାଳେ ସେମାନଙ୍କୁ କୁଜଙ୍ଗ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ କୁଜଙ୍ଗ ସବଜେଲକୁ ପଠାଯାଇଥିଲା । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :