ଉଗ୍ରରୂପ ନେଉଛି ମହାନଦୀ : ବାଙ୍କୀରେ ପ୍ରବେଶ କଲା ବନ୍ୟାଜଳ,୨୦ ହଜାର ଲୋକ ଜଳବନ୍ଦୀ

21

କନକ ବ୍ୟୁରୋ : ମହାନଦୀରେ ମାଡି ଆସୁଛି ବନ୍ୟା ପାଣି । ବାଙ୍କୀରେ ପ୍ରବେଶ କଲା ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରୁ ୨୫ଟି ଗେଟ୍ ଦେଇ ନିଷ୍କାସିତ ହେଉଥିବା ବନ୍ୟା ଜଳ ଆଜି ବାଙ୍କୀରେ ପ୍ରବଶେ କରିଛି । ସୁବର୍ଣପୁର ନିକଟ ହୁଳୁହୁଳା ବ୍ରିଜ୍ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବାଙ୍କୀର ରତାଗଡ, ଗୋବିନ୍ଦପୁର, ବନ୍ଦାଳ, ବାଉଁଶପୁଟ ପଂଚାୟତର ପ୍ରାୟ ୨୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏହା ସହ ତିରିଆରୁ ବାଙ୍କୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେପଟେ ବିଲିପଡା ପଂଚାୟତର କବଁଆ ନାଳ ଉପରେ ୩ ଫୁଟର ଜଳ ପ୍ରବାହିତ ହେଉଛି । ଫଳରେ ବିଲିପଡାରୁ ସିମିଳପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଶହ ଶହ ଏକର ଚାଷଜମିରେ ବନ୍ୟାଜଳ ମାଡିଯାଇଛି । ଆଉ କିଛି ସମୟ ପରେ ଏହି ବନ୍ୟାଜଳ ମୁଣ୍ଡଳିରେ ପହଁଚିବ । ମୁଣ୍ଡଳି ବ୍ୟାରେଜ୍ ଦେଇ ଗତକାଲି ସୁଦ୍ଧା ୬ ଲକ୍ଷ ୨୫ ହଜାର ୯୭୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ୮ଦଶମିକ ୫ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳିରେ ପହଁଚିବ । ବଡ଼ ଧରଣର ବନ୍ୟା ନହେଲେ ମଧ୍ୟ ଏହି ପାଣି ପହଁଚିଲେ ମହାନଦୀର ତଳମୁଣ୍ଡରେ ଥିବା ଗାଁ ଜଳମଗ୍ନ ହେବାର ଆଶଙ୍କା ସୃ୍ଷ୍ଟି ହୋଇଛି ।

ମହାନଦୀ ପ୍ରଭାବରେ ଦେବୀ ଓ କୁଶଭଦ୍ରା ନଦୀରେ ମଧ୍ୟ ଜଳପତ୍ତନ ବଢିବା ଆରମ୍ଭ କରିଛି । ଉଗମ୍ଭୀରତାରକୁ ଉପଲବ୍ଧି କରିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ଅଧିକାରୀମାନେ କହିଥିଲେ ଯେ ଛତିଶଗ଼ଡରୁ ଅଧିକ ମାତ୍ରାରେ ବନ୍ୟା ଜଳ ଆସୁଥିବାରୁ ହୀରାକୁଦର ୨୫ ଗେଟ୍ (ବାମ ପଟେ ୧୭ ଓ ଦକ୍ଷିଣ ପାର୍ଶ୍ୱରେ ୮ଟି) ଖୋଲାଯାଇଛି । ହୀରାକୁଦର ନିମ୍ନାଞ୍ଚଳରେ ବିଭିନ୍ନ ନଦୀର ଜଳ ମିଶି ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ସର୍ବାଧିକ ୮.୫ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ । ଏହାଦ୍ୱାରା ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଧା ଓ ଯାଜପୁର ଆଦି ୧୧ଟି ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହେବ ।