ବାତିଲ୍ ହେଲା ମହାଅକ୍ଷୟଙ୍କ ବିବାହ ! ଚିନ୍ତାରେ ମିଥୁନ୍ ଚକ୍ରବର୍ତ୍ତୀ । 

29

ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି। ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ଯୋଗୁଁ ମହାଅକ୍ଷୟ ଓ ମିଥୁନ୍ଙ୍କ ପତ୍ନୀ ଯୋଗିତାବାଲିଙ୍କୁ ଆଗୁଆ ଜାମିନ୍ ମିଳିସାରିଛି, କିନ୍ତୁ ବିବାହ ଉତ୍ସବସ୍ଥଳରେ ତଦନ୍ତ ଲାଗି ପୁଲିସ ପହଞ୍ଚବାରୁ ଉତ୍ସବ ବାତିଲ ହୋଇଯାଇଛି। ମହାଅକ୍ଷୟଙ୍କ ବିବାହ ହେବାକୁ ଥିଲା। କିନ୍ତୁ ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ତଦନ୍ତ କରିବାକୁ ଏକ ପୁଲିସ୍ ଦଳ ସେଠାରେ ପହଞ୍ଚଥିଲା। ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କନ୍ୟାପକ୍ଷ ମଧ୍ୟ ହୋଟେଲ୍ରୁ ଫେରିଯାଇଥିବା କଥା ଜଣାପଡ଼ିଛି । ଫଳରେ ମିଥୁନ୍ଙ୍କ ପରିବାର ପକ୍ଷରୁ ବିବାହ ବାତିଲ୍ ହେବା ଘୋଷଣା କରାଯାଇଥିଲା।

ଉଲ୍ଲେଖ୍ୟଯୋଗ୍ୟ କି ମିଥୁନ୍ଙ୍କ ପୁତ୍ର ଓ ପତ୍ନୀଙ୍କ ନାମରେ ଜନୈକ ଯୁବତୀ ଦୁଷ୍କର୍ମ ଆରୋପ ଆଣିଥିଲେ । ପୁଲିସ ଏତଲା ଉପରେ କାର୍ୟ୍ୟାନୁଷ୍ଠାନ ନ ହେବାରୁ ପୀଡ଼ିତା ମାମଲାକୁ କୋର୍ଟରେ ପହଞ୍ଚାଇଥିଲେ । ଏହାର ବିଚାର କରି ଗତ ୨ ଦିନ ପୂର୍ବରୁ ଦିଲ୍ଲୀର ଏକ ଅଦାଲତ ମହାଅକ୍ଷୟ ଓ ଯୋଗିତାବାଲିଙ୍କ ବିରୋଧରେ ଏଫ୍ଆଇଆର୍ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମୁମ୍ବାଇ ହାଇକୋର୍ଟରେ ମା’ ପୁଅ ଜାମିନ୍ ଆବେଦନ କରିଥିଲେ। ମାତ୍ର ହାଇକୋର୍ଟ ସେମାନଙ୍କୁ ଆଗୁଆ ଜାମିନ୍ ନ ଦେଇ ପୁଣିଥରେ ଦିଲ୍ଲୀ କୋର୍ଟରେ ଆବେଦନ ଲାଗି କହିଥିଲେ। ଏବେ ଦିଲ୍ଲୀ କୋର୍ଟରୁ ସେମାନଙ୍କୁ ଆଗୁଆ ଜାମିନ ମିଳିଛି।