ହକି ବିଶ୍ୱକପ୍ ପାଇଁ ରାଜଧାନୀରେ ପହଚିଂଲେ ଧକ୍ ଧକ୍ ଗାର୍ଲ ! ଉଦଘାଟନୀ ଉତ୍ସବରେ ସାମିଲ ହେବେ ମାଧୁରୀ ଦୀକ୍ଷିତ୍

274

ଆସନ୍ତା ୨୭ ଅର୍ଥାତ୍ ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ । ଏଥିପାଇଁ ସଜେଇ ହେଉଛି ଭୁବନେଶ୍ୱର । ବିଭିନ୍ନ ଦେଶର ହକି ଦଳ ବି ରାଜଧାନୀରେ ଆସି ପଂହଚିଗଲେଣି। ସବୁଠାରୁ ବଡ କଥା ହେଲା, ଏହି ଦିନ ଉଦଘାଟନୀ ଉତ୍ସବ ଧମାକେଦାର ହେବାକୁ ଯାଉଛି । ଉଦଘାଟନୀ ଉତ୍ସବରେ ଆକର୍ଷଣର କେନ୍ଦ୍ର ପାଲଟୁଥିବା ଧକ୍ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ନୃତ୍ୟ ପରିବେଷଣ କରିବେ । ଏଥିପାଇଁ ଆଜି ଭୁବନେଶ୍ୱର ଏୟାରପୋର୍ଟରେ ପହଚିଂ ସାରିଛନ୍ତି ମାଧୁରୀ ଦୀକ୍ଷିତ ନେନେ । ଷ୍ଟେଜରେ ମାଧୁରୀ ଦେଖାଇବେ ମିଳିତ ବିଶ୍ୱର ଶକ୍ତି । ଦ ଆର୍ଥ ସଙ୍ଗ ନାମକ ଡ୍ୟାନସ ବାଲେଟରେ ମାଧୁରୀ ଦୀକ୍ଷିତ ଦେଖାଇବେ ନିଜର କରିଷ୍ମା । ଦି ଆର୍ଥ ସଙ୍ଗର ଥିମ ହେଲା ଏକୀକୃତ ମାନବିକତା ।

ଏକ ହଜାର ଶହେ କଳାକାରଙ୍କ ସହ ପଫର୍ମ କରିବେ ଧକ ଧକ ଗାର୍ଲ । ୪୦ ମିନିଟ ଧରି ଷ୍ଟେଜରେ ମାଧୁରୀ ଦୀକ୍ଷିତ ଏଗାର ଶହ କଳାକାରଙ୍କ ସହିତ ଅନବରତ ନାଚିବେ । ଦି ଆର୍ଥ ସଙ୍ଗର ନିର୍ଦ୍ଦେଶନା, ସଂଳାପ ନୂପୂର ମହାଜନ କରିଥିବାବେଳେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସିଆମେକ୍ ଦାବର । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜିତ ବାରୋଟ । ୫ଟି ପର‌୍ୟ୍ୟାୟରେ ଷ୍ଟେଜରେ ୪୦ ମିନିଟର କାର‌୍ୟ୍ୟକ୍ରମ ହେବ । ଦି ଆର୍ଥ ସଙ୍ଗରେ ଓଡିଶୀ ସହ ମୋହିନୀ ଆଟ୍ଟମ, କଥକ, କ୍ଲାସିକାଲ, ଜାଜ, ବାଲେଟ ଏବଂ ଡାଇଲଗ ଡ୍ରାମା ଓ ସଙ୍ଗୀତ ପରିବେଷଣ ହେବ । ମାଧୁରୀ ମଦର ଆର୍ଥ ଭୂମିକାରେ ଅଭିନୟ କରିବେ ।