ମ୍ୟାଡ଼ାମ ତୁଷାଦରେ ସ୍ଥାନ ପାଇବ ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ମଧୁବାଲାଙ୍କ ମହମ ମୂର୍ତ୍ତୀ !

49

ମ୍ୟାଡ଼ାମ ତୁଷାଦ ମ୍ୟୁଜିୟମରେ ବଲିଉଡ଼ର ବିଗତ ଦିନର ପ୍ରଖ୍ୟାତ ଅଭିନେତ୍ରୀ ମଧୁବାଲାଙ୍କ ମହମ ପିତୁଳା ଖୁବ ଶୀଘ୍ର ନଜର ଆସିବ । ଏହି ମହମ ମୂର୍ତ୍ତୀ ଲୋକପ୍ରିୟ ସିନେମା ‘ମୁଗଲେ ଆଜମ’ ରେ ମଧୁବାଲାଙ୍କ ଅନାରକଲୀ ଭୂମିକା ଦ୍ୱାରା ପ୍ରେରିତ ।

ମଧୁବାଲାଙ୍କ ଜନ୍ମ ୧୪, ଫେବୃୟାରୀ ୧୯୩୩ ଦିଲ୍ଲୀରେ ଏକ ମୁସଲମାନ ପରିବାରେ ହୋଇଥିଲା । ମଧୁବାଲା ତାଙ୍କ ମା’ ବାପାଙ୍କର ପଞ୍ଚମ ସନ୍ତାନ ଥିଲେ । ତାଙ୍କ ବ୍ୟତୀତ ମଧୁବାଲାଙ୍କ ଆଉ ୧୦ ଭାଇ-ଭଉଣୀ ଥିଲେ । ମଧୁବାଲା ସମୟକ୍ରମେ ଜଣେ ଲୋକପ୍ରିୟ ତଥା ସଫଳ ଅଭିନେତ୍ରୀ ହୋଇଗଲେ ।

ମଧୁବାଲାଙ୍କ ଅଭିନୟରେ ଏକ ଆଦର୍ଶ ଭାରତୀୟ ନାରୀର ଚିିତ୍ର ଦେଖାଯାଏ । ତାଙ୍କ ଚେହେରା ଓ ଭାଷାରେ ଏକ ବିଶେଷତା ପରିଲକ୍ଷିତ ହୁଏ । ତାଙ୍କ ଅଭିନୟ ପ୍ରତିଭା, ବ୍ୟକ୍ତିତ୍ୱ ଓ ସୁନ୍ଦରତା ଦେଖି କୁାହଯାଏ ସେ ଏବେ ପର୍ଯ୍ୟନ୍ତ ଭାରତୀୟ ସିନେମାର ସବୁଠାରୁ ମହାନ ଅଭିନେତ୍ରୀ ।

ଏଇଠି କହିରଖୁଛୁ କି ମ୍ୟାଡ଼ମ ତୁଷାଦର ୨୨ ତମ ବ୍ରାଞ୍ଚ ଦିଲ୍ଲୀରେ ଅଛି । ଏହା ମୂଳ ରୂପରେ ଲଣ୍ଡନ ରେ ସ୍ତାପିତ ମହମ ମୂର୍ତ୍ତି ସଂଗ୍ରହାଳୟ ଅଟେ । ଏହି ସଂଗ୍ରହାଳୟରେ ବିଭିନ୍ନ କ୍ଷେତ୍ରରେ ସଫଳ ଲୋକଙ୍କ ମହମ ମୂର୍ତ୍ତକୁ ରଖାଯାଏ । ୧୮୩୫ ମହମ ଶିଳ୍ପକାର ମେରୀ ତୁଷାଦଙ୍କ ଦ୍ୱାରା ଏହି ମ୍ୟୁଜିୟମର ସ୍ଥାବନା ହୋଇଥିଲା ।