ବିଜେପିରେ ମିଶିବେ ଲୁଲୁ ସେନା ! ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସୂଚନା

21

କନକ ବ୍ୟୁରୋ : ବିଜେପିରେ ମିଶିବେ କଂଗ୍ରେସର ବରିଷ୍ଠ ନେତା ସ୍ୱର୍ଗତ ଲୁଲ ମହାପାତ୍ରଙ୍କ ପରିବାର । ଏ ନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆସନ୍ତା ୧୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ ।

ଏହା ସହିତ ଲୁଲୁ ସେନା ମଧ୍ୟ ବିଜେପିରେ ବିଦ୍ଦିବଦ୍ଧଭାବେ ଯୋଗ ଦେବେ । ଲୁଲୁ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର କଂଗ୍ରେସରେ ରହିବେ ନାଁ ଅନ୍ୟ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା ।