ରାମଙ୍କ ପରେ ଉତ୍ତର ପ୍ରଦେଶରେ ଏବେ ଲକ୍ଷ୍ମଣଙ୍କୁ ନେଇ ସଂଗ୍ରାମ : ଲଖନଉରେ ଲକ୍ଷ୍ମଣଙ୍କ ମୂର୍ତ୍ତିକୁ ନେଇ ବିବାଦ

32

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ମନ୍ଦିର ନିର୍ମାଣକୁ ନେଇ ବିବାଦ ପିଛା ଛାଡିବାର ନା ଧରୁନି । ପ୍ରଥମେ ରାମ ମନ୍ଦିରକୁ ନେଇ ବିବାଦ ଥମି ନଥିଲା ବେଳେ ଏବେ ପୁଣି ଥରେ ଲକ୍ଷ୍ମଣଙ୍କୁ ନେଇ ବିବାଦ ଦେଖାଯାଇଛି । ସେଠାକାର ଲୋକମାନେ କହିଛନ୍ତି ଯେ, ଲଖନଉକୁ କୁ ଲକ୍ଷ୍ମଣ ନଗରୀ ପୂର୍ବରୁ କୁହାଯାଉଥିଲା । ତେଣୁ ଡେରିରେ ହେଲେବି ଏଠାରେ ଲକ୍ଷ୍ମଣଙ୍କ ମନ୍ଦିର ତିଆରି କରାଯିବା ଉଚିତ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

୨୭ ଜୁନରେ ଏଠାରେ ମନ୍ଦିର ନିର୍ମାଣ କରିବା ଲାଗି ବିଜେପିର ଦୁଇ ଜଣ ନେତା ପ୍ରସ୍ତାବ ଦେଇଥିଲେ । “ଟିଲେ ମରିଜର” ସରକାରୀ ଜମିରେ ଏହା ନିର୍ମାଣ କରାଯିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବକୁ ମୈାଖିକ ଭାବରେ ଅନୁମତି ମିଳିସାରିଥିବା ବେଳେ ସ୍ଥାନୀୟ ପ୍ରଶାସନର ଅନୁମତିକୁ ଅପେକ୍ଷା କରାଯାଇଛି । କିନ୍ତୁ ମୂର୍ତ୍ତି ନିର୍ମାଣ ହେବା ପୂର୍ବରୁ ସେଠାକାର ମୁସଲମାନ କହିଛନ୍ତି ଏଠାରେ ହିନ୍ଦୁ ମନ୍ଦିର ତିଆରି କରାଗଲେ ନମାଜ ପାଠ କରିବାରେ ଆମକୁ ଅସୁବିଧା ହେବ ତେଣୁ ଏଠାରେ ମନ୍ଦିର କରିବାର ଆବଶ୍ୟକତା ନାହିଁ । କିନ୍ତୁ ମସଜିଦ ଠାରୁ ବହୁ ଦୂରରେ ମନ୍ଦିର ତିଆରି କରିବା ଲାଗି ପ୍ରସ୍ତାବ ରହିଛି ।

ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଏଠାକାର ନାମ ଲକ୍ଷ୍ମଣଙ୍କ ନାମରେ ହିଁ ରହଛି । ତେଣୁ ଏଠାରେ ମନ୍ଦିର ନିର୍ମାଣ ହେଲେ କୈାଣସି ଅସୁବିଧା ହେବ ନାହିଁ । ସେଠାକାର ମେୟର କହିଛନ୍ତି ଯେ, “ ପୂର୍ବରୁ ଭଗବାନଙ୍କ ନାମରେ ହିଁ ଏହି ସ୍ଥାନ ରହିଛି । ତେଣୁ ଏଠାରେ ଯଥା ଶୀଘ୍ର ମନ୍ଦିର ହେବାର ଆବଶ୍ୟକତା ରହିଛି । ଆଉ ଏପରି ଏକ ଉଲ୍ଲେଖନୀୟ ପଦକ୍ଷେପକୁ ରାଜନୀତିରେ ନ ଯୋଡିବା ଭଲ ବୋଲି ମେୟର କହିଛନ୍ତି” ।

ଏହି ମନ୍ଦିର ନିର୍ମାଣ କଥା ଜଣା ପଡିବା ପରେ ସେଠାକାର ମୁସଲମାନମାନେ ଏହାକୁ ବିରୋଧ କରିବା ସହ ସବୁବେଳେ ମସଜିଦ ପାଖରେ ଜାଣି ଶୁଣି ମନ୍ଦିର କରାଯାଉଛି । ଯେଉଁଥି ଲାଗି ଅଜଥାରେ ଗଣ୍ଡଗୋଳ ହେଉଛି । ତେଣୁ ସମସ୍ତେ ଭଲରେ ରହିବା ପାଇଁ ନିଜ ନିଜ କାମକୁ ସଠିକ ଭାବରେ କରିବାର ଆବଶ୍ୟକତା ରହିଛି ବୋଲି ସେଠାକାର ମୁସଲମାନ ସଂପ୍ରଦାୟ କହିଛନ୍ତି । ତେବେ ରାମ ମନ୍ଦିର ବିବାଦ ଥମି ନଥିବା ବେଳେ ପୁଣି ଏକ ବିବାଦ ମୁଣ୍ଡ ଟେକୁଥିବାରୁ ସରକାର ଏବେ ଚିନ୍ତାରେ । “ସମସ୍ତ ଦିଗକୁ ବୁଝି ବିଚାରି କାମ କରାଯିବ” ବୋଲି ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।