ପୁରୀ ଜିଲ୍ଲା ନିମାପଡା ଅଂଚଳରେ ଅଭାବନୀୟ ଘଟଣା ! ପ୍ରେମିକ ଘରେ ପ୍ରେମିକାର ସନ୍ଦେହଜନକ ମୃତ୍ୟୁ

25

କନକ ବ୍ୟୁରୋ: ପ୍ରେମିକ ଘରେ ପ୍ରେମିକାର ସନ୍ଦେହଜନକ ମୃତ୍ୟୁ । ପୁରୀ ଜିଲ୍ଲା ନିମାପଡା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅରିଲୋ ଗ୍ରାମର ସାଲବେଗ ଜେନାଙ୍କୁ ରଟିଲୋ ଗ୍ରାମର ଜଣେ ଯୁବତୀ ପ୍ରେମ କରୁଥିଲେ । ୬ ମାସ ହେବ ଏହି ଯୁବତୀ ସାଲବେଗଙ୍କ ଘରେ ରହିଆସୁଥିଲେ ।

କିନ୍ତୁ ଶନିବାର ମଧ୍ୟାହ୍ନରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଯୁବତୀଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ପୋଲିସ ପ୍ରେମିକର ମା’ କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ତେବେ ପ୍ରେମିକର ମା’ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି ।