କନକ ବ୍ୟୁରୋ : ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଛି । ପୋଲିସ କମିଶନର ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମହାପ୍ରଭୁଙ୍କ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ସେ ବିଷୟରେ ବିଚାର ବିମର୍ଷ କରାଯାଇଥଲା । ଚଳିତବର୍ଷ ଯାତ୍ରାରେ ୧୫ ପ୍ଲାଟୁନ ପୋଲିସ ଏବଂ ସୁରକ୍ଷାକର୍ମି ନିୟୋଜନ ହେବା ସହିତ ୧୦୦ ରୁ ଉର୍ଦ୍ଧ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହେବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଲିଙ୍ଗରାଜ ମନ୍ଦିର, ରଥବେଢ଼ା, ବଢ଼େଇବାଙ୍କ ଛକ ଏବଂ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ଗଳିରାସ୍ତାରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ଏହି ବୈଠକରେ ତିନି ନିଯୋଗର ମୁଖ୍ୟ ସେବାୟତ, ସଂସୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି, ମେୟର, ଏଡିଏମ ଙ୍କ ସହିତ ମନ୍ଦିର ପ୍ରଶାସନର ବରିଷ୍ଠଅଧିକାରୀମାନେ ଯୋଗଦେଇଥିଲେ ।