ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ : ଆଜି ଆଡପମଣ୍ଡପରେ ଶ୍ରୀଜିଉଙ୍କ ସାନ୍ଧ୍ୟ ଦର୍ଶନ

30

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ଜନ୍ମବେଦୀରୁ ପୁଣି ରତ୍ନବେଦୀକୁ ଫେରିବେ ମହାପ୍ରଭୁ । ଆଜି ଆଡପ ମଣ୍ଡପରେ କାଳିଆ ଠାକୁର ସାନ୍ଧ୍ୟ ଦର୍ଶନ ଦେବେ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ । ସାନ୍ଧ୍ୟ ଦର୍ଶନ ପାଇଁ ୫ଲକ୍ଷ ଭକ୍ତଙ୍କ ସମାଗମ ହେବାର ସୂଚନା ରହିଛି । ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍ କରାଯାଇଛି । ସନ୍ଧ୍ୟା ୭ଟା ଯାଏଁ ନବମୀ ଦର୍ଶନ ବ୍ୟବସ୍ଥା ରହିଛି, ପରେ ବାହୁଡା ଯାତ୍ରା ପାଇଁ ଅନ୍ୟାନ୍ୟ ନୀତିକାନ୍ତି କରାଯିବ । ସେପଟେ ଆଜ୍ଞାମାଳ ପ୍ରଦାନ ପରେ ତିନି ରଥର ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ୱାରରେ ରଖାଯାଇଛି । ଗୁରୁବାର ସକାଳୁ ପହଣ୍ଡିରେ ଠାକୁର ପୁଣି ରଥ ଉପରେ ବିଜେ କରିବେ । ଏହାପରେ ଆରମ୍ଭ ହେବ ବାହୁଡା ଯାତ୍ରା ।