ସୁସ୍ଥ ହେଲେ ମହାପଭୁ

75

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସ୍ନାନ ପୂର୍ଣ୍ଣିମା ପରଠାରୁ ଜ୍ୱରରେ ପୀଡିତ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଅଣସର ଘରେ ଅଛନ୍ତି ମହାପ୍ରଭୁ । ତେବେ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଏନେଇ ଦଇତାପତି ମାନେ ଶ୍ରୀନଅରକୁ ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଜଣାଇଛନ୍ତି । ଏହାସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ପ୍ରଦାନ ମଧ୍ୟ କରିଛନ୍ତି । ଆଶାଢ କୃଷ୍ଣ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଶ୍ରଅଙ୍ଗ ଲାଗି ପ୍ରସାଦ ରାଜପ୍ରସାଦକୁ ବିଜେ ହେବାର ପରମ୍ପରା ରହିଛି । ଶୁକ୍ରବାର ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ବେହେରଣ ଦ୍ୱାର ଖୋଲିଥିଲା । ଦଇତାପତିମାନେ ଚତୁର୍ଦ୍ଧା ବିଗ୍ରହ ଶ୍ରୀଅଙ୍ଗ ଲାଗି ପ୍ରସାଦ ଯଥା ଚନ୍ଦନ , କରାଳ ଏବଂ ପାଟଡୋରି ଆଦିକୁ ରୁପା ଥାଳିରେ ନେଇ ପଟୁଆରରେ ଶ୍ରୀନଅରକୁ ଆସିଥିଲେ  । ଏହା ପରେ ଗଜପତିଙ୍କୁ ଠାକୁର ସୁସ୍ଥ ହେବାର ଖବର ଜଣାଇବା ସହିତ ପ୍ରସାଦ ପ୍ରଦାନ କରିଥିଲେ ।

ଏହା ସହ ଜୁଲାଇ ୪ରେ ବିଶ୍ୱ ଦେଖିବ ବିଶ୍ୱ ଦେବତାଙ୍କୁ