ଲଣ୍ଡନର ଆକାଶଛୁଆଁ କୋଠାରେ ଲାଗିଲା ନିଆଁ ! ୬ ମୃତ ୫୦ରୁ ଅଧିକ ଆହତ, ଅନେକଙ୍କ ନାହିଁ ଖୋଜ୍ ଖବର

22

କନକ ବ୍ୟୁରୋ : ଲଣ୍ଡନର ଏକ ୨୪ମହଲା କୋଠାରେ ନିଆଁ । ପଶ୍ଚିମ ଲଣ୍ଡନର ଗ୍ରେନଫେଲ୍ ଟାୱରରେ ଭୟାବୟ ଅଗ୍ନିକାଣ୍ଡ  ଘଟିଛି । ଏହି କୋଠାରେ ଅନେକ ଲୋକ ଫସିରହିଥିବା ସୂଚନା ମିଳିଛି । ଦମକଳର ୪୦ଟି ଗାଡ଼ି ଓ ୨୦୦କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଲାଗିପଡିଛନ୍ତି ତେବେ ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରିନାହିଁ ।

ଏବେବି ସମଗ୍ର କୋଠା ନିଆଁ କବଳରେ ରହିଛି । ବୁଧବାର ସକାଳୁ ହଠାତ୍ ଆପାର୍ଟମେଂଟରେ ନିଆଁ ଲାଗିଯାଇଥିବା ଯୋଗୁଁ ଲୋକେ ବାହାରକୁ ବାହାରି ପାରିନଥିଲେ । ଏହି ଆପାର୍ଟମେଂଟରେ ପ୍ରାୟ ୧୨୦ଟି ଫ୍ଲାଟ ରହିଛି । ଏଥିରେ ୧୨୦ଟି ପରିବାର ରହୁଥିବା ଅନୁମାନ କରାଯାଉଛି । ୪୦ଟି ଦମକଳ ଗାଡ଼ି ଓ ୨୦୦ କର୍ମଚାରୀଙ୍କ ସମେତ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଂଚିଛି । ଅଗ୍ନିକାଣ୍ଡର କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ