ଏଣିିକି ରାତି ୮ଟା ପରେ ମିଳିବନି ମଦ : ରାଜପଥ କଡର ଦୋକାନରେ ପଡିବ ସଟର

27

କନକ ବ୍ୟୁରୋ  :  ରାତି ୮ଟା ପରେ ମିଳିବନି ମଦ । ରାଜ୍ୟର ସମସ୍ତ ରାଜପଥ କଡରେ ଥିବା ସମସ୍ତ ପ୍ରକାର ମଦ ଦୋକାନକୁ ରାତି ୮ଟା ସୁଦ୍ଧା ବନ୍ଦ କରିବାପାଇଁ ସରକାର ଆଣିଲେ ନୂଆ ନିୟମ । ମଦ୍ୟପ ଗାଡି ଚାଳକଙ୍କୁ ଲଗାମ ଲଗାଇବା ପାଇଁ ସରକାର ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପୁର୍ବରୁ ଏହି ଦୋକାନ ଗୁଡିକ ରାତି ସାଢେ ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା । ରାଜ୍ୟରେ ଘଟୁଥିବା ଦୁର୍ଘଟଣା ମଧ୍ୟରୁ ଅଧିକାଂଶ ମଦ୍ୟପାନ ଜନିତ ଗାଡି ଚାଳନା ଯୋଗୁ ହୋଇଥାଏ । ଏହାକୁ ନେଇ ସରକାର ଓ ବିଭିନ୍ନ ବେସରକାରୀ ସଂସ୍ଥା ଭିନ୍ନ ସମୟରେ ଉଦବେଗ ପ୍ରକାଶ କରିଛନ୍ତି । ପୂର୍ବରୁ ରାଜପଥର ୫୦ମିଟର ଭିତରେ ମଦ ଦୋକାନ ରହିପାରିବନାହିଁ ବୋଲି ନିୟମ ଲାଗୁ କରାଯାଇଥିଲା । ୨୦୧୪ ମସିହାରେ ହାଇକୋର୍ଟରେ ଏ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଏହାକୁ ଲାଗୁ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।