ମୋବାଇଲ୍ ହେଲା କାଳ : ଫୋନରେ କଥା ହେଉଥିବା ବେଳେ ବଜ୍ରାଘାତ ଯୋଗୁଁ ଯୁବକ ମୃତ

21

vlcsnap-2016-09-13-17h11m14s791ଝାରସୁଗୁଡା : ବର୍ଷା ବେଳେ ଫୋନରେ କଥା ହେଉଥିବା ସମୟରେ ବ୍ରଜାଘାତରେ ଇୟରଫୋନþ ଜଳିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡା ସଦର ଉପକଣ୍ଠରେ ଘଟିଛି ଏଭଳି ଘଟଣା । ଗତକାଲି ସଂନ୍ଧ୍ୟାରେ ବର୍ଷା ପବନ ହେଉଥିଲା । ଏହି ସମୟରେ ଖିଣ୍ଡା ଗାଁର ରାହୁଲ ସାହୁ ଅଫିସþ ସାରି ଘରକୁ ଫେରୁଥିଲେ । ସେହି ସମୟରେ ରାହୁଲ ମୋବାଇଲରେ ଇୟର ଫୋନþ ଲଗାଇ କଥା ହେଉଥିଲେ । ଆଉ ସେତିକିବେଳେ ବୃନ୍ଦାମାଲ ଓ ଖେରୱାଲ ମଝିରେ ହଠାତ ବଜ୍ରାଘାତ ହୋଇଥିଲା ।

ବଜ୍ରାଘାତର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ରାହୁଲଙ୍କ ଇୟରଫୋନ ପୋଡିଯିବା ସହିତ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ବଡମାଲ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ଏହା ପରେ ପୁଲିସ ପହଂଚି ଯୁବକଙ୍କୁ ସଦର ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।