ଆବଶ୍ୟକତାଠାରୁ ଅଧିକ ପରିମାଣରେ ଏହି ୫ଟି ଜିନିଷ ସେବନ କଲେ ଚାଲିଯାଇ ପାରେ ଜୀବନ ! ଜାଣନ୍ତୁ ସେଗୁଡିକ କଣ
ଯଦି ଆପଣ ଖାଦ୍ୟପେୟରେ ଅଧିକ ରୁଚି ରଖୁଛନ୍ତି ଏବଂ କୌଣସି ବି ଖାଦ୍ୟକୁ ମନଇଚ୍ଛା ଖାଉଛନ୍ତି ତେବେ ଏହି ଖବରଟିକୁ ନିଶ୍ଚୟ ପଢନ୍ତୁ । କାହିଁକି ନା କିଛି ଜିନିଷକୁ ବିନା କୌଣସି ହିସାବରେ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ ତାକୁ ଆପଣ କଳ୍ପନା ବି କରିପାରିବେ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆପଣ ଜାଣି ଥିବା ପାଇଁ ଆମେ ଏଠାରେ କହି ରଖୁଛୁ କି, ଗୋଟିଏ ଦିନରେ ଜଣେ ପୁରୁଷର ଶରୀର ପାଇଁ ପାଖାପାଖି ୨୫୦୦ କ୍ୟାଲୋରୀ ଆବଶ୍ୟକତା ହୋଇଥିବାବେଳେ ମହିଳାଙ୍କ ପାଇଁ ୨୦୦୦ କ୍ୟାଲୋରୀ ଆବଶ୍ୟକତା ପଡିଥାଏ । ଏଥିପାଇଁ କିଛି ଜିନିଷକୁ ବିନା ହିସାବରେ ଖାଇବାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ୫ଟି ଜିନିଷ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାକୁ ସର୍ବଦା ନିଜଠାରୁ ଦୂରେଇ ରଖିବା ଆପଣଙ୍କ ପାଇଁ ସୁଫଳ ହେବ । ତେବେ ଆସନ୍ତୁ ଜାଣିବା ।
୧୦୦ଗ୍ରାମ ଖାଦ୍ୟରେ ରହିଥାଏ ୪୦୩ କ୍ୟାଲୋରୀ
ଗୋଟିଏ ପ୍ରକାର ଖାଦ୍ୟକୁ ଅଧିକ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ୧୦୦ ଗ୍ରାମର ଖାଦ୍ୟରେ ପାଖାପାଖି ୪୦୩ ପରିମାଣର କ୍ୟାଲୋରୀ ରହିଥାଏ । ଯାହାଦ୍ୱାରା ଉଚ୍ଚ ରକ୍ତଚାପ ଭଳି ବେମାରୀ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଏଥିସହିତ ମୋଟାପଣ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ ।
ଗୋଟିଏ ଗ୍ଲାସ ଲସିରେ ରହିଥାଏ ୨୩୦ କ୍ୟାଲୋରୀ
ଲସି କାହାକୁ ବି ପସନ୍ଦ ନୁହେଁ ହେଲେ ଲସିକୁ ପିଇବା ସମୟରେ ନିଶ୍ଚୟ ଧ୍ୟାନ ରଖିବେ କି ଗୋଟିଏ ଗ୍ଲାସ୍ ଲସିରେ ୨୩୦ କ୍ୟାଲୋରୀ ରହିଥାଏ । ଏଥିପାଇଁ ଏହାକୁ ଅଧିକ ମାତ୍ରାରେ ପିଇବାଠାରୁ ଦୂରରେ ରୁହନ୍ତୁ । ଆବଶ୍ୟକତାଠାରୁ ଅଧିକ ପରିମାଣରେ ଲସି ପିଇବାଦ୍ୱାରା କୋଲେଷ୍ଟ୍ରୋଲ ସ୍ତର ବୃଦ୍ଧି ପାଇଥାଏ ।
ମାଂସ
୧୦୦ ଗ୍ରାମ ମାଂସରେ ରହିଥାଏ ୧୮୭ ପରିମାଣର କ୍ୟାଲେରୀ । ଏହାକୁ ଅଧିକ ଖାଇବାଦ୍ୱାରା ହୃଦଘାତ ଭଳି ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିବା ସହ ମଧୂମେହ (ଡାଇବେଟିସ) ହେବାର ଭୟ ମଧ୍ୟ ରହିଛି ।
ଘିଅ
ଘିଅ ଖାଇବାଦ୍ୱାରା ମୋଟାପଣ ସମସ୍ୟା ତୀବ୍ର ଭାବରେ ବୃଦ୍ଧି ପାଇଥାଏ । ଏଥିସହିତ ଉଚ୍ଚ ରକ୍ତ ଚାପ ବି ହେବାର ସମ୍ଭାବନା ରହିଛି । ତେବେ ୧୦୦ ଗ୍ରାମ ଘିଅରେ ପାଖାପାଖି ୮୭୬ କ୍ୟାଲୋରୀ ରହିଥାଏ । ତେଣୁ ଏହାକୁ ଅଧିକ ମାତ୍ରାରେ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ଡାର୍କ ଚକୋଲେଟ୍
ଚକୋଲେଟ୍ ଖାଇବା ଦ୍ୱାରା ମଧୂମେହ(ଡାଇବେଟିସ) ହେବାର ଭୟ ରହିଛି । ଏହାବ୍ୟତୀତ ଶରୀରର ଓଜନ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୧୦୦ ଗ୍ରାମ ଚକୋଲେଟରେ ୫୯୮ କ୍ୟାଲୋରୀ ରହିଥାଏ ।
ସୌଜନ୍ୟ: ଅମର ଉଜାଲା