ଗରମରୁ ବଂଚିବାକୁ ଚାହାଁନ୍ତି ! ଭୋଜନରେ ସାମିଲ୍ କରନ୍ତୁ ଏହି ଖାଦ୍ୟ

74

ଧୀରେ ଧୀରେ ତାତି ବଢିବାରେ ଲାଗିିଛି । ଗରମ ମଧ୍ୟ ଅସମ୍ଭାଳ । ଆଉ ଲାଇନ୍ କଟିଗଲେ ଅବସ୍ଥା ପଚାରେ କିଏ । ତେବେ ଖରାର ତାତି କମାଇବା ସିନା ଆମ ହାତରେ ନାହିଁ କିନ୍ତୁ କେମିତି ଆମକୁ କମ୍ ଗରମ ଅନୁଭୂତ ହେବ ତାହା ଆମ ହାତରେ ଅଛି । ନିଜର ପ୍ରତିଦିନ ଭୋଜନରେ ଶରୀରକୁ ଥଣ୍ଡା ରଖିବା ପରି ଖାଦ୍ୟ ସାମିଲ୍ କରନ୍ତୁ । ଗରମରୁ ମିଳିବ ମୁକ୍ତି । ଏବେ ନଜର ପକାନ୍ତୁ କଣ ଖାଇବେ କଣ ଖାଇବେନି ।

କଣ ଖାଇବେନି :

• ଖରାଦିନେ ପ୍ରାୟ ପେଟ ରୋଗ ବାହାରିଥାଏ । ତେଣୁ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଏହିସବୁ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଖରାପ ହେବା ସହ ଅତ୍ୟଧିକ ଗରମ ଅନୁଭୂତ ହୋଇଥାଏ । ମସଲାଯୁକ୍ତ ଖାଦ୍ୟ ହଜମ ହେବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।

• ସେହିପରି ଯଦି ଆପଣ ମାଂସାହାରୀ ତେବେ ସାବଧାନ ରୁହନ୍ତୁ । ମାଂସ, ଅଣ୍ଡା ଏବଂ ଚିଙ୍ଗୁଡି ଶରୀରକୁ ଗରମ କରିଥାଏ । ଏହାସହ ପାଚନ ପ୍ରକ୍ରିୟାରେ ମଧ୍ୟ ଅସୁବିଧା ହୋଇଥାଏ ।

• ଅନେକ ଲୋକ ଅଧିକ ଦିନ ଯାଏଁ ଫ୍ରିଜରେ ଖାଦ୍ୟ ରଖି ଖାଇଥାନ୍ତି । ତେବେ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ୍ କ୍ଷତିକାରକ ହୋଇଥାଏ । ବିଶେଷ କରି ଖରାଦିନେ ଏହା ଖୁବ୍ ଖରାପ ହୋଇଥାଏ ।

• ଯଦି ଆପଣ ବାହାରେ ଖାଉଛନ୍ତି ତେବେ ଜଙ୍କ୍ ଫୁଡ ଠାରୁ ଦୂରେଇ ରୁହନ୍ତୁ । ପିଜା, ବର୍ଗର, ଚିପ୍ସ୍ ଫ୍ରେଂଚ୍ ଫ୍ରାଏଜ୍ ଆଦିଠାରୁ ଦୁରେଇ ରୁହନ୍ତୁ । ଏସବୁ ଖାଦ୍ୟ ହଜମରେ ସମସ୍ୟାରେ ସୃଷ୍ଟି କରିବା ସହ ଶରୀରକୁ ଗରମ କରାଇଥାଏ ।

• ସେହିପରି ଚା’ ଏବଂ କଫି ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।

• ଆମ୍ବକୁ ଫଳର ରାଜା କୁହାଯାଏ । ପ୍ରାୟ ସମସ୍ତଙ୍କ ପସନ୍ଦ ହେଉଛି ଆମ୍ବ । ତେବେ ଅଧିକ ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ ।

କଣ ଖାଇବେ :

• ଖରାଦିନେ ଅଧିକରୁ ଅଧିକ ପାଣି ପିଅନ୍ତୁ । ଅଳ୍ପ ପାଣି ପିଇଲେ ୟୁଟିଆଇ (ୟୁରିନ୍ ଟ୍ରାକ୍ ଇନଫେକ୍ସନ୍) ପରି ରୋଗ ହୋଇଥାଏ । ତେବେ ଫ୍ରିଜ୍ ପାଣି ନପିଇ ମାଠିଆ ପାଣି ପିଅନ୍ତୁ ।

• ଗରମରେ ଲେମ୍ବୁ ପାଣି ପିଇବା ଖୁବ୍ ଲାଭଦାୟକ ।

• ସେହିପରି ଗରମରେ ପଇଡ ପାଣି ପିଇବା ଅମୃତ ସହ ସମାନ । ଏହା ଶରୀରକୁ ଥଣ୍ଡା ରଖିବା ସହ ଏସିଡିଟି କରାଏ ନାହିଁ ।

• ବେଲ ପଣା ମଧ୍ୟ ମଧ୍ୟ ଏସିଡିଟି ଏବଂ କୋଷ୍ଠ କାଠିନ୍ୟ ପରି ରୋଗରୁ ଦୂରେଇ ରଖେ ।

ଏହା ସହ ଦେଖନ୍ତୁ : ମହିଳାଙ୍କ ପାଂଚଟି ରହସ୍ୟ ! ଯାହା ପୁରୁଷଙ୍କଠାରୁ ରଖିଥାନ୍ତି ଗୋପନୀୟ