ମହିଳାଙ୍କ ପାଂଚଟି ରହସ୍ୟ ! ଯାହା ପୁରୁଷଙ୍କଠାରୁ ରଖିଥାନ୍ତି ଗୋପନୀୟ

116

କୁହାଯାଏ ମହିଳା ମାନେ କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ । କିନ୍ତୁ ବାସ୍ତବ ଠିକ୍ ଏହାର ଓଲଟା । ଏମିତି ଅନେକ କଥା ଅଛି ଯାହା ମହିଳା ମାନେ କାହାକୁ କୁହନ୍ତି ନାହିଁ । ଏମିତି କି ବାରମ୍ବାର ପଚାରିଲେ ମଧ୍ୟ ସେସବୁ ସ୍ୱୀକାର କରନ୍ତି ନାହିଁ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୁଷମାନେ ମହିଳା ମାନଙ୍କ ଏସବୁ ଗୋପନୀୟ କଥା ଜାଣିବା ପାଇଁ ବେଶ୍ ଉତ୍ସୁକ ରହିଥାନ୍ତି । ତେବେ ଜାଣନ୍ତୁ କେଉଁ କଥାକୁ ମହିଳା ମାନେ ଗୋପନ ରଖିଥାନ୍ତି ।

• ସାଧାରଣତଃ କୁହାଯାଏ ମହିଳା ମାନେ ଅନ୍ୟ ମହିଳାମାନଙ୍କୁ କେବଳ ଇର୍ଷା କରିଥାନ୍ତି କିମ୍ବା ଚିଡିଥାନ୍ତି । କିନ୍ତୁ ଏହା ସଂପୂର୍ଣ୍ଣ ସତ ନୁହେଁ । ପୁରୁଷ ମାନଙ୍କ ପରି ମହିଳା ମାନେ ମଧ୍ୟ ଆକର୍ଷିତ ବ୍ୟକ୍ତିତ୍ୱ ଥିବା ମହିଳା ବା ଯୁବତୀ ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । କିନ୍ତୁ ଏକଥା ସେମାନେ କାହା ଆଗରେ ପ୍ରକାଶ କରିନଥାନ୍ତି ଖାସ୍ କରି ପୁରୁଷ ମାନଙ୍କ ଆଗରେ ।

• ମହିଳା ମାନେ କେବେ ବି ନିଜର ପ୍ରଥମ ପ୍ରେମକୁ ଭୁଲି ପାରି ନଥାନ୍ତି । ଏପରିକି ସେମାନଙ୍କ ବିଷୟରେ ଖୋଜ ଖବର ରଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏକଥା କେବେ ବି ନିଜ ସାଥୀଙ୍କୁ କହି ନଥାନ୍ତି । ହେଲେ ନିଜ ସାଥୀ ଏବେ କାହା ସହ ଅଛି କଣ କରୁଛି ଜାଣିବା ପାଇଁ ବେଶ୍ ଆଗ୍ରହୀ ଥାନ୍ତି ।

• ସାଧାରଣତଃ ସମସ୍ତେ ଭାବନ୍ତି କେବଳ ପୁରୁଷ ମାନେ ଆଡଲ୍ଟ ସିନେମା ଦେଖିଥାନ୍ତି । କିନ୍ତୁ ପ୍ରକୃତରେ ମହିଳା ମାନେ ମଧ୍ୟ ଆଡଲ୍ଟ ସିନେମା ଦେଖିବାକୁ ପସନ୍ଦ କରିଥାନ୍ତି ।

• ମହିଳାମାନେ ଆଇନା ସାମ୍ନାରେ ଛିଡା ହୋଇ ନିଜକୁ ଦେଖିବାକୁ ପସନ୍ଦ କରନ୍ତି । ଏପରିକି ଅଲଗା ଅଲଗା ପୋଜ୍ କରି ଆଇନାରେ ନିଜକୁ ଦେଖନ୍ତି । ହେଲେ ଏକଥା କାହା ସାମ୍ନାରେ ସ୍ୱୀକାର କରନ୍ତି ନାହିଁ ।

• ସବୁଠାରୁ ମଜାଦାର କଥା ହେଉଛି ମହିଳା ମାନଙ୍କୁ ଲାଗି ଥାଏ ସେମାନଙ୍କ ସାଥୀ କିଛି ନା କିଛି କଥା ଗୋପନ ରଖିଛି । ତେଣୁ ସେମାନଙ୍କୁ ଏସବୁ କଥା ଜାଣିବାର ବେଶ୍ ଆଗ୍ରହ ଥାଏ ।

ଏହା ସହ ଦେଖନ୍ତୁ ସ୍ୱାସ୍ଥ୍ୟ ପାଇଁ ଗୋମୂତ୍ର ! ଜାଣନ୍ତୁ ଏହାର ଔଷଧୀୟ ଗୁଣ . . କେଉଁ ରୋଗରୁ ଦିଏ ମୁକ୍ତି