କେମିତି ପାଇବେ ଚର୍ମ ରୋଗରୁ ମୁକ୍ତି ? ପୁରୁଷଙ୍କ ପାଇଁ କିଛି ଘରୋଇ ଉପଚାର
ଆଜି କାଲି ଅଧିକାଂଶ ବିଜ୍ଞାପନରେ ମହିଳାମାନଙ୍କ ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାରର ପ୍ରଡକ୍ଟମାନ ବଜାରରେ ଉପଲବ୍ଧ ହେଉଛି । ମାତ୍ର ପୁରୁଷମାନଙ୍କ ତ୍ୱଚାର ସୁରକ୍ଷା ତଥା ଯତ୍ନକୁ ନେଇ ସେଭଳି କିଛି ଆଶ୍ୱସ୍ତିକର ଉପଚାର ଉପଲବ୍ଧ ହୋଇ ନଥାଏ । ତେବେ ଆଜି ଆମେ ଆପଣଙ୍କୁ ବିଶେଷ କରି ପୁରୁଷମାନଙ୍କ ତ୍ୱଚାର ସୁରକ୍ଷା ନେଇ କିଛି ଘରୋଇ ଉପଚାର ଜଣାଇବୁ ଯେଉଁ ତରିକାକୁ ଆପଣାଇବା ଦ୍ୱାରା ସେମାନଙ୍କ ତ୍ୱଚା ଉଜ୍ଜଳ ଦେଖାଯିବା ସହ ଚର୍ମ ଜନିତ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା
Kanak News is now on WhatsApp
Join and get latest news updates delivered to you via WhatsApp
• ନିମ ଗଛର ତାଜା ତଥା କଅଁଳିଆ ପତ୍ରକୁ ଭଲଭାବେ ବାଟି ସେଥିରେ ୧ ଚାମଚ ବେସନ ମିଶାନ୍ତୁ । ଏଥିସହ ସେଥିରେ ୨ ଚାମଚ ଚନ୍ଦନ ପାଉଡର, କିଛି ଗୋଲାପ ଜଳ ଓ କିଛି ହଳଦୀ ଗୁଣ୍ଡ ମାଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ପେଷ୍ଟକୁ ମୁହଁ ସମେତ ଶରୀରର ବିଭିନ୍ନ ଅଙ୍ଗ ତଥା ହାତ, ଗୋଡ ଆଦିରେ ଲଗାଇ ପାଖାପାଖି ୧୫ ମିନିଟ୍ ପାଇଁ ଛାଡିଦିଅନ୍ତୁ । ଏହା ଶୁଖି ଯିବାପରେ ଧୋଇ ଦିଅନ୍ତୁ ।
• ରାତିରେ ଶୋଇବା ପୂର୍ବରୁ ଗୋଟିଏ ଚାମଚ ଲେଖାଏଁ ମସୁର ଡାଲି ଗୁଣ୍ଡ ଏବଂ ବେସନ ଭିଜାଇ ରଖି ଦିଅନ୍ତୁ । ଏବଂ ସକାଳୁ ଉଠି ଏହାକୁ ଭଲଭାବେ ଗୋଳାଇ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ । ତେବେ ଏପରି କରିବା ଦ୍ୱାରା ପୁରୁଷଙ୍କଠାରେ ଦେଖାଯାଉଥିବା ବିଭିନ୍ନ ଚର୍ମ ଜନିତ ସମସ୍ୟା ଦୂର ହୋଇଥାଏ ।
• ୧ ଚାମଚ ବେସନ, ୧ ଚାମଚ କଂଚା କ୍ଷୀର,ଲେମ୍ବୁ ରସ, ୧ ଚାମଚ ସୋରିଷ ତେଲ, ଦେଢ ଚାମଚ ଚନ୍ଦନ ପାଉଡର, ଏବଂ କିଛି ହଳଦୀ ଗୁଣ୍ଡ ଏକାଠି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବଂ ଏହାକୁ ହାତ,ଗୋଡ ଓ ମୁହଁରେ ଭଲଭାବେ ଲଗାଇ ଦିଅନ୍ତୁ । ପାଖାପାଖି ୧୫-୩୦ ମିନିଟ୍ ରଖି ସାରିବା ପରେ ଏହାକୁ ଥଣ୍ଡା ପାଣିରେ ଆସ୍ତେ ଆସ୍ତେ ରଗଡି ସଫା କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଚର୍ମରେ ଲାଗି ରହିଥିବା ବିଭିନ୍ନ ପ୍ରକାରର ରୋଗ ସୃଷ୍ଟିକାରୀ ଜୀବାଣୁ ନଷ୍ଟ ହୋଇଯାଆନ୍ତି । ଏଥିସହ କଳା ଦାଗ ମଧ୍ୟ ସବୁଦିନ ପାଇଁ ଚାଲିଯାଇଥାଏ ।