ଖରା ଝାଞ୍ଜିରେ ଶିଝୁଛି ସାରା ଓଡ଼ିଶା,ଆହୁରି ୭ ଦିନ ବର୍ଷିବ ନିଆଁ

33

ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମ ପ୍ରବାହ । ରାଜ୍ୟର ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏଭଳି ପରିସ୍ଥିତି ଆସନ୍ତା ଏକ ସପ୍ତାହ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ୧୩ ତାରିଖ ବେଳକୁ ପାରଦ ପ୍ରାୟ ୧ରୁ ୨ ଡିଗ୍ରୀ କମ ବେଶୀ ହେଲେ ମଧ୍ୟ ଉପକୂଳ ଅଂଚଳରେ ହିଟ ୱେଭ୍ ଜାରି ରହିବ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଏହି ସମୟରେ କେତେକ ଜିଲ୍ଲାରେ କାଳବୈଶାଖୀର ଆଶଙ୍କା ମଧ୍ୟ ରହିଛି ।