ଡି-ବ୍ରଦର୍ସ ଲିଙ୍କ ମାମଲା: ବିଜୁ ଛାତ୍ର ଜନତା ଦଳ ସଭାପତିଙ୍କ ଗିରଫ ଦାବି କଲା କଂଗ୍ରେସ

32

ଡି-ଲିଙ୍କ୍ ଅଭିଯୋଗ ନେଇ ବିଜୁ ଛାତ୍ର ଜନତା ଦଳର ସଭାପତି ବ୍ୟୋମକେଶ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ବ୍ୟୋମକେଶ ରାୟଙ୍କୁ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଯୁବ ଓ ଛାତ୍ର କଂଗ୍ରେସ । ଏହି ଦାବି ନେଇ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱରରେ ଏକ ବାଇକ୍ ରାଲି କରାଯାଇଥିଲା । ଏହି ରାଲି କେଶରୀ ଟକିଜ୍ ରୁ ବାହାରି କମିଶନରେଟ୍ ପୁଲିସ୍ କାର୍ଯ୍ୟାଳୟ ଯାଏଁ ଯାଇଥିଲା ।