ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ଐତିହାସିକ ସଫଳତା : ଶ୍ରୀହରିକୋଟାରୁ ସ୍କ୍ରାମଜେଟର ସଫଳ ଉତକ୍ଷେପଣ

40

କନକ ବ୍ୟୁରୋ : ଏଣିକି ଶସ୍ତା ହେବ ରକେଟ୍ ଲଂଚିଙ୍ଗ। କାରଣ ଆଜି ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଆଡଭାନ୍ସ ଟେକ୍ନୋଲୋଜି ଭେଇକିଲ- ସ୍କ୍ରାମଜେଟର ଉତକ୍ଷେପଣ କରାଯାଇଛି । ଆଜି ସକାଳ ୬ଟାରେ ଏହି ରକେଟ ଲଂଚିଙ୍ଗ ଭେଇକିଲର ପରୀକ୍ଷଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

ଏହି ରକେଟ ଲଂଚର ୩ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ପରିବହନ କରିପାରିବ । ସ୍କ୍ରାମଜେଟ୍ ପରିବେଶରୁ କିପରି ଅମ୍ଲଜାନ ଗ୍ରହଣ କରିପାରିବ ତାର ବ୍ୟବସ୍ଥା ରହିଛି । ତେଣୁ ଏହି ନୂତନ ରକେଟ ଲଂଚ,ଏଣିକି ମହାକାଶକୁ ରକେଟ ଉତକ୍ଷେପଣ ଖର୍ଚ୍ଚ ପ୍ରାୟ ୧୦ଗୁଣା କମ୍ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ତେବେ ସ୍କ୍ରାମଜେଟ ଇଂଜିନର ପରୀକ୍ଷଣ କରି ଭାରତ ଏହି ବିରଳ କ୍ଲବରେ ସାମିଲ ହୋଇପାରିଛି । ଭାରତ ପୂର୍ବରୁ କେବଳ ଆମେରିକା ଓ ଅଷ୍ଟ୍ରେଲିଆ ଏଭଳି ରକେଟ ଲଂଚର ପରୀକ୍ଷଣ କରିଛନ୍ତି।