ପିଏମ କୃଷକ ଯୋଜନା : କେବେ ସୁଦ୍ଧା କୃଷକଙ୍କ ଖାତାରେ ପହଞ୍ଚିବ ୨୦୦୦ ଟଙ୍କା ?

237

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ(ପିଏମ-କିଷାନ୍) ଯୋଜନା ଅନୁସାରେ ୩୧ ମାର୍ଚ୍ଚ ସୁଦ୍ଧା ପ୍ରଥମ କିସ୍ତି ତଥା ୨,୦୦୦ ଟଙ୍କା କୃଷକ ଆକାଉଂଟକୁ ପଠାଯିବ । କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କ ବଜେଟ୍ ଘୋଷଣା ଅନୁସାରେ ୩ଟି କିସ୍ତିରେ ୬୦୦୦ ଟଙ୍କା କିୃଷକଙ୍କ ଆକାଉଂଟକୁ ଯିବ । ଗତକାଲି ୨୦୧୯-୨୦ର ବଜେଟ ଉପସ୍ଥାପନ କରି ପୀୟୁଷ ଗୋଏଲ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ କିଷାନ ସମା୍ମାନ ନିଧି ଯୋଜନା ଅନୁସାରେ ସରକାର କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରିବେ । ସୂଚନା ଅନୁସାରେ ୧୨ କୋଟି ଚାଷୀ ଏହି ଯୋଜନା ଦ୍ୱାରା ଲାଭବାନ୍ ହୋଇପାରିବେ । ତେବେ ଭୂମିହୀନ କୃଷକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏହାସହ ୨ ହେକ୍ଟରରୁ ଅଧିକ ଜମିଥିବା କୃଷକଙ୍କ ମଧ୍ୟ ମୋଦିଙ୍କ ଯୋଜନାର ଲାଭ ମିଳିବ ନାହିଁ ।

୧ ଡିସେମ୍ବର ୨୦୧୮ରୁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏଥିପାଇଁ ସରକାର ୭୫,୦୦୦ କୋଟି ଟଙ୍କା ଅବାଣ୍ଟିତ କରିଛନ୍ତି । ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କ ବଜେଟ ଭାଷଣରେ କହିଥିଲେ ଏହି ଯୋଜନା ଉପରେ ସମସ୍ତ କାମ ଶେଷ ହୋଇସାରିଛି । ଏହି ରାଶି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କୃଷକଙ୍କ ଖାତାକୁ ପହଞ୍ଚିଯିବ । ସୂଚନାଯୋଗ୍ୟ ୨ ହେକ୍ଟର ଜମି ଥିବ ସେମାନଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିବ । ତାହା ସମ୍ପୃକ୍ତ କୃଷକଙ୍କ ଜମାଖାତାରେ ସିଧାସଳଖ ଜମା ହେବ ବୋଲି ଗତକାଲି ବଜେଟ୍ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।