ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ଅନ୍ତିମ ଦିନିକିଆ ମ୍ୟାଚ୍ । ଧୋନୀଙ୍କ ପ୍ରତ୍ୟାବର୍ତ୍ତନ ସହ ଶେଷ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ ଇଣ୍ଡିଆ ।

205

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁଥିବା ୫ମ ତଥା ଦିନିକିଆ ସିରିଜର ଶେଷ ମ୍ୟାଚରେ ପଡ଼ିଆକୁ ଓହ୍ଲାଇବେ ଧୋନି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ପରାଜୟ ହୋଇଥିଲା ଭାରତ । ଏପରିକି ଦଳ ୧୦୦ ରନ୍ କରିବାକୁ ଦେଇନଥିଲା ଘରୋଇ ନ୍ୟୁଜିଲାଣ୍ଡ ଟିମ୍ ।
ଅନ୍ୟପଟେ ଆସନ୍ତାକାଲି ୱେଲିଙ୍ଗଟନ୍ ରେ ହେବାକୁଥିବା ଶେଷ ଦିନିକିଆ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଦଳ ଆତ୍ମ ବିଶ୍ଵାସ ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଜିତି ସିରିଜ୍ ଶେଷ କରିବାକୁ ଚାହିଁବ। ଭାରତୀୟ ଦଳରେ ସବୁଠୁ ଅନୁଭବୀ ଦିନିକିଆ ଖେଳାଳି ଧୋନୀ ମସଲ୍ ଷ୍ଟ୍ରିପ୍ ହୋଇଯାଇଥିବା କାରଣରୁ ଗତ ଦୁଇଟି ମ୍ୟାଚ୍ ଖେଳି ନପାରି ବିଶ୍ରାମ ନେଇଥିଲେ ଧୋନୀ । ଯାହାର ପ୍ରଭାବରେ ଚତୁର୍ଥ ଦିନିକିଆରେ ଭାରତୀୟ ଦଳ ୯୨ ରନରେ ଅଲଆଉଟ୍ ହୋଇଥିଲା। ମାତ୍ର ଧୋନୀଙ୍କ ପ୍ରତ୍ୟାବର୍ତ୍ତନରେ ଖେଳାଳିଙ୍କ ମନୋବଳ ନିଶ୍ଚୟ ବଢିବ।

ସେପଟେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ଭାରତକୁ ନିଜର ଦୁର୍ବଳତା ସଜାଡ଼ିବାକୁ ପଡ଼ିବ । ପଞ୍ଚମ ଦିନିକିଆରେ ଦୁଇ ଓପନର ଦଳକୁ ଭଲ ଆରମ୍ଭ ଦେବାକୁ ଚେଷ୍ଟା କରିବେ। ଅନ୍ୟ ପଟେ ନିଲମ୍ବନ ପରେ କ୍ରିକେଟକୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଭଲ ପ୍ରଦର୍ଶନ ଜାରି ରଖିବାକୁ ଚେଷ୍ଟା କରିବେ । ତେବେ ଭାରତ ପୂର୍ବରୁ ସିରିଜ୍ ଜିତି ସାରିଥିଲେ ମଧ୍ୟ ଅନ୍ତିମ ଦିନିକିଆ ଜିତି ନ୍ୟୁଜିଲାଣ୍ଡ ଟି-୨୦ ସିରିଜରେ ଆତ୍ମ ବିଶ୍ଵାସର ସହିତ ପଡ଼ିଆକୁ ଓହ୍ଲାଇବାକୁ ଚାହିଁବ।

ସମ୍ଭାବ୍ୟ ଭାରତୀୟ ଦଳ– ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନୀ, ଦିନେଶ କାର୍ତ୍ତିକ, ଶୁଭମାନ ଗିଲ .କେଦାର ଯାଦବ,ରବୀନ୍ଦ୍ର ଜାଡେଜା.ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଭୁବନେଶ୍ଵର କୁମାର, ମହମ୍ମଦ ସିରାଜ ଓ ଖଲିଲ ଅହମ୍ମଦ, ।

ନ୍ୟୁଜିଲାଣ୍ଡର ସମ୍ଭାବ୍ୟ ଦଳ– କେନ ଓ୍ଵିଲିୟମସନ(ଅଧିନାୟକ), ରସ୍ ଟେଲର, ଟମ ଲାଥନ, ମାର୍ଟିନ ଗୁପଟିଲ, କୋଲିନ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗ୍ୟୁସନ, ମ୍ୟାଟ୍ ହେନରୀ, ଡାଟ ଏଷ୍ଟଲ, ଟ୍ରେଣ୍ଟ ବୋଲ୍ଟ, ହେନରି ନିକୋଲାସ, ମିସେଲ ସାଣ୍ଟନର. ଟିମ୍ ସାଉଦି କୋଲିନ ମୁନରୋ ଓ ଜିମି ନିଶାନ ।