ରାଜଧାନୀରେ ଆରମ୍ଭ ହେଲା ସ୍ତ୍ରୀ ଓ ପ୍ରସୂତି ଡାକ୍ତରଙ୍କ ଅନ୍ତର୍ଜାତୀୟ ସମ୍ମିଳନୀ : ଡାକ୍ତର କହିଲେ, ମାଆ ବନିବା ପାଇଁ କରନ୍ତୁ ନାହିଁ ବିଳମ୍ବ

57

କନକ ବ୍ୟୁରୋ :  ଆଧୁନିକ ଜୀବନ ଶୈଳୀରେ ବାହାଘର ପରେ ବେଶ କିଛିବର୍ଷ ଉଭୟ ସ୍ୱାମୀ ଓ ସ୍ତ୍ରୀ ଦାମ୍ପତ୍ୟ ଜୀବନକୁ ଉପଭୋଗ କରିବା ପାଇଁ ଚାହାନ୍ତି । ସେଥିପାଇଁ ସନ୍ତାନ ଜନ୍ମକୁ ବିଳମ୍ବିତ କରିଥାନ୍ତି । କିନ୍ତୁ ସେମାନେ ପରେ ବୁଝିପାରନ୍ତି, ଯେ ଏତେ ବିଳମ୍ବ କରିବା ଯୋଗୁଁ ଭୁଲ ହୋଇଗଲା । ଯଦି ବାପା କିମ୍ବା ମା ହେବା ପାଇଁ ଆପଣଙ୍କ ସମୟ ଆସିଯାଇଛି, ତେବେ ଆଉ ଡେରି କରନ୍ତୁ ନାହିଁ ।

ବିଳମ୍ବ କଲେ କଣ ସମସ୍ୟା ଉପୁଜିପାରେ ,ନଜର ପକାନ୍ତୁ –
୧- ବିଳମ୍ବିତ ବୟସରେ ଗର୍ଭଧାରଣ ଜନିତ ଜଟିଳତା ଦେଖାଦେଇଥାଏ
୨- ୩୪ରୁ ୩୫ ବର୍ଷ ପାର ହୋଇଗଲେ ଗର୍ଭପାତ ହେବାର ଅଧିକ ସମ୍ଭାବନା ଥାଏ
୩- ଏଥିସହ ଗର୍ଭଧାରଣ ସମୟରେ ଉଚ୍ଚ ରକ୍ତଚାପ, ଉଚ୍ଚ ରକ୍ତ ସର୍କରା ସୃଷ୍ଟି ହୋଇପାରେ
୪- ପ୍ରସବ ସମୟରେ ସମସ୍ୟା ଓ ପ୍ରସବ ସମୟରେ ରକ୍ତ ପ୍ରବାହ ଜଟିଳ ହୋଇପାରେ
୫- ବିଳମ୍ବିତ ମାତୃତ୍ୱ ଯୋଗୁଁ ଛୁଆର ମାନସିକ ଅନଗ୍ରସରତା ଦେଖାଦେଇପାରେ

ମାତୃତ୍ୱର ପ୍ରକୃଷ୍ଟ ସମୟ କେତେ ?
ଡାକ୍ତରଙ୍କ କହିବା ଅନୁସାରେ ୨୫ରୁ ୩୫ ବର୍ଷ ସନ୍ତାନ ଜନ୍ମ ପାଇଁ ପ୍ରକୃଷ୍ଟ ସମୟ । ଉଭୟ ୨୫ ପୂର୍ବରୁ ୩୫ ପରେ ଗର୍ଭଧାରଣ କଲେ ସଂପୃକ୍ତ ମହିଳାଙ୍କର ଗର୍ଭଧାରଣ ଜନିତ ଜଟିଳତା ଦେଖିବାକୁ ମିଳିଥାଏ । ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ଦେଶ ତଥା ଦେଶ ବାହାରୁ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ୭ହଜାରରୁ ଅଧିକ ଡାକ୍ତର ଯୋଗଦେବେ।