୭୭ % ମତଦାନ ସହ ସରିଲା ପଂଚମ ତଥା ଶେଷ ପର୍ଯ୍ୟାୟ ପଂଚାୟତ ଭୋଟ୍

30

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ ୭୭ପ୍ରତିଶତ ମତଦାନ ହୋଇଛି । ପୂର୍ବ ପର୍ଯ୍ୟାୟ ଅପେକ୍ଷା ମତଦାନ ହାର ଏଥର ବଢିଥିବା ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁରରରେ ସର୍ବାଧିକ ୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଂଜାମରେ ସର୍ବନିମ୍ନ ୬୭ ପ୍ରତିଶତ ମତଦାନ ହୋଇଛି । ଅଳ୍ପକିଛି ସ୍ଥାନରେ ଗଣ୍ଡଗୋଳ ଏବଂ ବିଶୃଙ୍ଖଳା ଛାଡିଦେଲେ ଶାନ୍ତି ଶୃଙ୍ଖଳାରେ ଭୋଟଗ୍ରହଣ ସମ୍ପନ୍ନ ହୋଇଥିବା କମିସନ କହିଛନ୍ତି ।

ବାଲାଟ ପେପର ଜନିତ ତୃଟି ଓ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କିଛି ସ୍ଥାନରେ ବାଧାପ୍ରାପ୍ତ ହୋଇଛି । ଏନେଇ ଜିଲ୍ଲାପାଳଙ୍କ ରିପୋର୍ଟ ମଗାଯାଇଛି, ବିସ୍ତୃତ ରିପୋର୍ଟ ମିଳିବା ପରେ ତର୍ଜମା କରାଯାଇ ନିଷ୍ପତି ନିଆଯିବ ବୋଲି ନିର୍ବାଚନ କମିସନ କହିଛନ୍ତି । ଆଜି ୪ଟି ଜିଲ୍ଲାର ୨୩ ବୁଥରେ ସାନି ମତଦାନ ହୋଇଛି । ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଥିବା ସ୍ଥାନଗୁଡିକରେ ୨୩ତାରିଖ ସୁଦ୍ଧା ସାନି ନିର୍ବାଚନ ଶେଷ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି ।