ଏୟାରପୋର୍ଟରେ ମହିଳାଙ୍କୁ ମାଡ଼ ଘଟଣା ନେଲା ନୂଆ ମୋଡ : ୧୬୧ ଧାରାରେ ମାଡ଼ ଖାଇଥିବା ମହିଳାଙ୍କ ବୟାନ ରେକର୍ଡ

31

କନକ ବ୍ୟୁରୋ : ଏୟାରପୋର୍ଟରେ ମହିଳାଙ୍କୁ ମାଡ଼ ଘଟଣା ନେଇଛି ଏକ ଭିନ୍ନ ମୋଡ । ଏହି ଘଟଣାକୁ କମିଶନରେଟ ପୁଲିସ ଗୁରୁତର ସହ ନେବା ସହ ଏୟାରଫିଲ୍ଡ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାଡ଼ ଖାଇଥିବା ମହିଳାଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରିବା ସହ ତଥ୍ୟ ପ୍ରମାଣ ଯୋଗାଡରେ ଲାଗି ପଡିଛି ପୁଲିସ ।

ତେବେ ମହିଳାଙ୍କୁ ମାଡ଼ ପଛରେ ଜଣେ ରାଜନେତାଙ୍କ ସଂପୃକ୍ତି ଥିବା ନେଇ ମହିଳା ପୁଲିସ ଆଗରେ ବୟାନ ଦେଇଛନ୍ତି । କହିଛନ୍ତି ରାଜନେତା ଯୋଗୁ ମହିଳା ଜଣକ ମାଡ଼ ମାରିବାକୁ ସାହସ ଯୁଟାଇ ପାରିଲେ । କିଛି ଦିନ ତଳେ ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱାମୀଙ୍କ ପ୍ରେମିକାକୁ ନିର୍ଧୁମ ଛେଚିଥିବା ସ୍ତ୍ରୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସ୍ୱାମୀର ପ୍ରେମିକାକୁ ନିର୍ଧୁମ ଛେଚିଥିଲେ ସ୍ତ୍ରୀ ।

ବାରମ୍ବାର ତାଗିଦ କଲା ପରେ ବି ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ରଖିବାରୁ ପ୍ରେମିକାଙ୍କୁ ମାଡ ମାରିଲେ ସ୍ତ୍ରୀ । ୪ବର୍ଷ ହେଲା ସେ ଏନେଇ ସମ୍ପୃକ୍ତ ମହିଳା ଜଣଙ୍କୁ ବାରମ୍ବାର ତାଗିଦ କରିଥିଲେ ସୁଦ୍ଧା ସେ ଶୁଣୁନଥିବା କହିଛନ୍ତି । ଶେଷରେ ପ୍ରେମିକାଙ୍କୁ ସ୍ତ୍ରୀଙ୍କ ଠାରୁ ମାଡ ଖାଇବାକୁ ପଡିଛି । ଆଉ ଏ ଘଟଣା ଏବେ ଦିନକୁ ଦିନ ଭିନ୍ନ ମୋଡ ନୋବକୁ ବସିଛି ।