ନ୍ୟାୟ ମାଗି ମାଗି ମରିଗଲେ ! ବ୍ୟବସ୍ଥା ଉପରେ ଭରସା ତୁଟିବା ପରେ ମୃତ୍ୟୁର ରାସ୍ତାକୁ ଆପଣାଇଲେ କୁନ୍ଦୁଲି ପୀଡିତା

71

କନକ ବ୍ୟୁରୋ : ଆତ୍ମହତ୍ୟା କଲେ କୁନ୍ଦୁଲି ପୀଡିତା । ନ୍ୟାୟ ମାଗି ମାଗି ଶେଷରେ ଆତ୍ମହତ୍ୟାର ପଥକୁ ବାଛିନେଲେ କୁନ୍ଦୁଲି ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡିତା । ଆଜି ବନ୍ଦ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ କୁନ୍ଦୁଲି ପୀଡିତା । ପରେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ମେଡିକାଲରେ କିନ୍ତୁ ରିସିଭ ଡେଡ ଘୋଷଣା କରିଥିଲେ ଡାକ୍ତର । ଅଥାର୍ତ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ଡାକ୍ତର । ଏନେଇ ସୁନାବେଡା ଏସଡିପିଓ ସୂଚନା ଦେଇଛନ୍ତି ।

485168-469230-405856-rapeପୂର୍ବରୁ ଅକ୍ଟୋବର ୧୦ରେ ୪ ଯବାନଙ୍କ ନାମରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ ପୀଡିତା । ସେତେବେଳେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଓ ରାଜ୍ୟ ପୋଲିସକୁ ଦିଆଯାଇଥିଲା । ତେବେ ଏଚଆରପିସି ଏଡିଜି ଏହି ଘଟଣାର ସତ୍ୟତା ନଥିବା କହିଥିବା ବେଳେ ରାଜ୍ୟ ପୋଲିସ ଏହି ଅଭିଯୋଗକୁ ମିଛ ବୋଲି କହିଥିଲା ।ପରେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କୋରାପୁଟ ଜିଲ୍ଲା ଜଜ୍ ଏହି ଘଟଣାର ତଦନ୍ତ କରୁଥିଲେ । ଏପରିକି ତାଙ୍କ ଅଭିଯୋଗକୁ ମିଛ ବୋଲି ଦର୍ଶାଯାଉଥିବାରୁ ମାନସିକ ଅବସାଦଗସ୍ତ ରହୁଥିଲେ ପୀଡିତା । ଏନେଇ କଟକ ବଡ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ କଂଗ୍ରେସ ଏହି ଘଟଣାରେ ପ୍ରତିବାଦ କରିବା ପରେ ପୀଡିତାଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା ।ଏହି ଘଟଣାକୁ ନେଇ ସେତେବେଳେ ପୋଲିସ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ଶେଷରେ ନ୍ୟାୟ ପାଇବା ଆଶା ମଉଳି ଯିବାରୁ ଆତ୍ମହତ୍ୟା କରିଥିଲେ କୁନ୍ଦୁଲି ପୀଡିତା ।