୪ବର୍ଷ ପରେ ଏହି ଅଭିନେତାଙ୍କଠାରୁ ପ୍ରତିଶୋଧ ନେଇଥିଲେ ମନ୍ଦାକିନୀ ! ନିଜ ସିନେମାରୁ କରିଦେଇଥିଲେ ବାହାର

105

୧୯୮୧ରେ ଆସିଥିବା ସୁପରହିଟ୍ ସିନେମା ‘ଲଭ୍ ଷ୍ଟୋରୀ’ ଜରିଆରେ ବଲିଉଡରେ ପାଦ ରଖିଥିଲେ କୁମାର ଗୌରବ । କୁମାର ଗୌରବଙ୍କ ପ୍ରକୃତ ନାଁ ମନୋଜ ତୁଲୀ ଏବଂ ସେ ସ୍ୱର୍ଗତଃ ଅଭିନେତା ରାଜେନ୍ଦ୍ର କୁମାରଙ୍କ ପୁଅ । ‘ଲଭ୍ ଷ୍ଟୋରୀ’ରୁ ରାତାରାତି ଷ୍ଟାର୍ ପାଲଟିଥିବା କୁମାର ଗୌରବ କ୍ୟାରିୟର୍ ଗାଡି କିନ୍ତୁ ଆଗକୁ ଚାଲିପାରିନଥିଲା । ତେବେ କୁମାର ଗୌରବ ଏବଂ ଅଭିନେତ୍ରୀ ମନ୍ଦାକିନୀଙ୍କ ମଧ୍ୟରେ ହୋଇଥିବା ଏକ ବିବାଦ ହୋଇଥିଲା । ଯାହା ଖୁବ୍ କମ୍ ଲୋକଙ୍କୁ ଜଣା ।

‘ଲଭ୍ ଷ୍ଟୋରୀ’ ଅପୂର୍ବ ସଫଳତା ପରେ କୌଣସି ନବାଗତା ନାୟିକାଙ୍କ ସହ କାମ ନକରିବାକୁ ନିଷ୍ପତି ନେଇଥିଲେ କୁମାର ଗୌରବ । ଏହା ଭିତରେ ପ୍ରଯୋଜକ ଦିନେଶ ବଂଶଲ୍ ସିନେମା ‘ଶିରୀ ଫରହାଦ୍’ ପାଇଁ କୁମାର ଗୌରବଙ୍କ ବିପକ୍ଷରେ ମନ୍ଦାକୀନୀଙ୍କୁ ନେବାକୁ ଚାହୁଁଥିଲେ । କିନ୍ତୁ କୁମାର ଗୌରବ ନବାଗତା ହୋଇଥିବାରୁ ମନ୍ଦାକିନୀଙ୍କ କାମ କରିବାକୁ ସଫା ସଫା ମନା କରିଦେଇଥିଲେ । ସିନେମାଟି ଅବଶ୍ୟ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା ।
ତେବେ ଏହି ଘଟଣା ପରେ ମନ୍ଦାକିନୀ ଭାଙ୍ଗି ପଡିଥିଲେ । ଆଉ ନିଜ ସ୍ୱପ୍ନକୁ ଅଧାରେ ଛାଡି ଘରକୁ ଫେରିଯାଇଥିଲେ । କିଛି ଦିନ ପରେ ରାଜ କପୁରଙ୍କ ସିନେମା ‘ରାମ ତେରୀ ଗଙ୍ଗା ମୈଲୀ’ ପାଇଁ ଅଡିସନ୍ ଦେଇ ସିଲେକ୍ଟ ହୋଇଥିଲେ । ସିନେମାଟି ସୁପର୍ ହିଟ୍ ମଧ୍ୟ ହୋଇଥିଲା । ଏହା ପରେ ମନ୍ଦାକିନୀଙ୍କୁ ଗୋଟିଏ ପରେ ଗୋଟିଏ ସିନେମା ଅଫର୍ ଆସିଥିଲା ।

ତା ମଧ୍ୟରୁ ଗୋଟିଏ ସିନେମା ଥିଲା ଯେଉଁଥିରେ ତାଙ୍କୁ କୁମାର ଗୌରବଙ୍କ ବିପକ୍ଷରେ ନାୟିକା ରୋଲ୍ ମିଳିଥିଲା । ତେବେ ଏହା ମଧ୍ୟରେ ୪ ବର୍ଷ ବିତି ଯାଇଥିଲା । କୁମାର ଗୌରବ ଭାବିଥିଲେ ମନ୍ଦାକିନୀ ପଛ କଥା ଭୁଲି ଯାଇଥିବେ । କିନ୍ତୁ ମନ୍ଦାକିନୀ ସେହି ଅପମାନକୁ ଭୁଲି ନଥିଲେ । ଯେତେବେଳେ ପ୍ରଯୋଜକ କୁମାର ଗୌରବଙ୍କ ନାଁ ମନ୍ଦାକିନୀ ସାମ୍ନାରେ ନେଇଥିଲେ ସେତେବେଳେ ସେ ସାଙ୍ଗେ ସାଙ୍ଗେ ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ । କେବଳ ସେତିକି ନୁହେଁ ମନ୍ଦାକିନୀ କହିଥିଲେ ଅନ୍ୟ ଯେ କୌଣସି ନବାଗତଙ୍କ ସହ କାମ କରିବେ କିନ୍ତୁ କୁମାର ଗୌରବଙ୍କ ସହ ନୁହେଁ । ଏହିପରି ଭାବେ ମନ୍ଦାକିନୀ ୪ବର୍ଷ ତଳର ଅପମାନର ପ୍ରତିଶୋଧ ନେଇଥିଲେ ।