ଟିମ୍ ଇଣ୍ଡିଆର ନୂଆ ବୋଲିଂ କୋଚ୍ ରୂପେ ନିଯୁକ୍ତ ହେଲେ ଦ୍ରୁତ ବୋଲର ଜାହିର୍ ଖାନ୍ ! ତାଙ୍କ ବିଷୟରେ କିଛି ବିଶେଷ ତଥ୍ୟ 

32

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ନେଇ ଲାଗି ରହିଥିବା ନାଟକରେ ଶେଷ ହୋଇଛି । ପରିଶେଷରେ ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ ଦୁଇ ବର୍ଷ ପାଇଁ କୋହଲି ବାହିନୀର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଶାସ୍ତ୍ରୀ ୨୦୧୯ ବିଶ୍ୱକପ୍ ପର୍ଯ୍ୟନ୍ତ ଦଳର ଦାୟିତ୍ୱରେ ରହିବେ । ପୂର୍ବତନ ଦ୍ରୁତ ବୋଲର ଜାହିର ଖାନଙ୍କୁ ବୋଲିଂ ପ୍ରଶିକ୍ଷକ ଦାୟିତ୍ୱ ମିଳିଥିଲା ବେଳେ ବିଦେଶ ଗସ୍ତ ଲାଗି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ବ୍ୟାଟିଂ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି ।

ତେବେ ଆସନ୍ତୁ ଜାଣିବା ଦ୍ରୁତ ବୋଲର ଜାରିର ଖାନଙ୍କ ବିଷୟରେ କିଛି ବିଶେଷ ତଥ୍ୟ . . .

ଜାହିର ଖାନଙ୍କର କୌଣସି ପ୍ରଶିକ୍ଷଣ ଅଭିଜ୍ଞତା ନଥିଲେ ମଧ୍ୟ ସେ ଦଳର ବୋଲିଂ କୋଚ୍ ହେବା ପାଇଁ ଆଗ୍ରହ ପ୍ରକାଣ କରିଥିଲେ । ସେ ଦିଲ୍ଲୀ ଡେୟାର ଡ଼େଭିଲସର ଅଧିନାୟକ ଭାବେ ଦଳର ବୋଲଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ୩୮ ବର୍ଷିୟ ଜାହିର ଖାନ୍ ଭାରତ ପାଇଁ ୯୨ଟି ଟେଷ୍ଟ,୨୦୦ ଦିନିକିଆ, ୧୭ ଟି ଟ୍ବେଣ୍ଟି ୨୦ ମ୍ୟାଚ ଖେଳିଛନ୍ତି ।

୧୫ ବର୍ଷର କ୍ରିକେଟେ ଜୀବନ ଭିତରେ ଜାହିର ଖାନ୍ ୬୧୦ଟି ଆନ୍ତର୍ଜାତୀୟ ୱିକେଟ ନେଇଛନ୍ତି । ୨୦୧୫ରେ ଅକ୍ଟୋବରରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟେ ଦୁନିଆରୁ ଅବସର ନେଇଥିଲେ । ଭାରତର ଫାଷ୍ଟ ବୋଲର ହିସବାରେ ତାଙ୍କର ନାଁ ଆସେ । ଭାରତର ଫାଷ୍ଟ ବୋଲର ଜାହିର ଖାନ୍ ତାଙ୍କର ୱିକେଟ ନେବା କୌଶଳ ଯୋଗୁଁ ବୋଲରଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।