କୋରାପୁଟରେ ୧୨ ଘଂଟିଆ ଘରୋଇ ବସ ଚଳାଚଳ ବନ୍ଦ : ସିଟି ବସ ସେବାକୁ ବିରୋଧ କରି ବସ ଧର୍ମଘଟ

33

କନକ ବ୍ୟୁରୋ : କୋରାପୁଟରେ ୧୨ ଘଂଟିଆ ଘରୋଇ ବସ ଚଳାଚଳ ବନ୍ଦ । ସିଟି ବସ ସେବାକୁ ବିରୋଧ କରି ବସ ଧର୍ମଘଟ କରାଯାଇଛି । ସିଟି ବସକୁ ଦିଆଯାଇଥିବା ରୁଟ ପରମିଟ ଏବଂ ଟାଇମିଂକୁ ବିରୋଧ କରି ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ସଂଘ । ସିଟି ବସକୁ ଦିଆଯାଇଥିବା ପରମିଟ ଓ ଟାଇମିଂ ବେଆଇନ ବୋଲି ସଂଘ ଅଭିଯୋଗ କରିଛି । ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।