କାହିଁକି ଖାକି ବଦଳରେ ଧଳା ପୋଷାକ ପିନ୍ଧିଥାଏ କଲିକତା ପୋଲିସ୍ ? ୯୯ ପ୍ରତିଶତ ଲୋକ ଦେଇପାରିନାହାନ୍ତି ଉତ୍ତର, ଆପଣ କହିପାରିବେ କି? 

1,887

ଭାରତର ଅନେକ ସ୍ଥାନରେ ଆପଣ ପୋଲିସକୁ ଖାକି ୟୁନିଫର୍ମରେ ଦେଖିଥିବେ କିନ୍ତୁ ଯଦି ଆପଣ କଲିକତା ଯିବେ ତେବେ ଆପଣଙ୍କୁ ପୋଲିସକୁ ଧଳା ୟୁନିଫର୍ମରେ ଦେଖବାକୁ ପାଇବେ । ତେବେ ଆପଣ କ’ଣ କେବେ ଏନେଇ ଚିନ୍ତା କରିଛନ୍ତି ଯେ କାହିଁକି ଚାରିଆଡେ ପୋଲିସ୍ ଖାକି ପୋଷାକ ପିନ୍ଧୁଥିବା ବେଳେ କେବଳ କଲିକତାରେ ହିଁ ଧଳା ପୋଷାକ ପିନ୍ଧା ଯାଉଛି । ତେବେ ଆପଣ ଯଦି ଏନେଇ ସବିଶେଷ ତଥ୍ୟ ରଖିନାହାନ୍ତି ଆଜି ଆମେ ଏ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

ଏହା ପଛରେ ଇଂରେଜଙ୍କ ଶାସନର ଛାପ ରହିଛି । କଲିକତା ପୋଲିସର ଗଠନ ୧୮୪୫ ରେ ହୋଇଥିଲା ସ୍ୱାଧୀନ ପରଠାରୁ ଇଂରେଜ ଦେଶ ଛାଡି ଚାଲିଗଲେ ସିନା କିନ୍ତୁ କଲିକତା ପୋଲିସ୍ ଉପରେ ନିଜର ଛାପ ଛାଡି ଚାଲିଗଲେ । ସମୁଦ୍ରରୁ ନିକଟରେ ଥିବା ଯୋଗୁଁ ଇଂରେଜମାନେ ପୋଲିସର ୟୁନିଫର୍ମ ଧଳା ଚୟନ କଲେ ଯେଉଁଥିରେ ସୂର୍ଯ୍ୟଙ୍କ କିରଣର ରିଫ୍ଲେକ୍ସନ୍ କର୍ମଚାରୀଙ୍କ ଉପରେ ପଡିବ ଏବଂ କିଭଳି ଅଧିକ ଗରମ ନ ଲାଗିବ ।

ୱେଷ୍ଟ ବେଙ୍ଗାଲର ରାଜଧାନୀ କଲିକତା ପୋଲିସ୍ ର ୟୁନିଫର୍ମ ବଙ୍ଗଳା ପୋଲିସ୍ ର ୟୁନିଫର୍ମଠାରୁ ସଂପୂର୍ଣ୍ଣ ଅଲଗା । ବଙ୍ଗଳା ପୋଲିସର ଗଠନ ୧୮୬୧ ମସିହାରେ ହୋଇଥିଲା । କିନ୍ତୁ ବଙ୍ଗଳା ପୋଲିସ୍ ଖାକି ପୋଷାକ ପିନ୍ଧୁଥିବା ବେଳେ କଲିକତା ପୋଲିସ୍ ଧଳା ପୋଷାକ ପିନ୍ଧିଥାନ୍ତି ।