ବାଧକସାଜିଛି କୋଲାବ ଡ୍ୟାମ : ଚିତ୍ରକୋଣ୍ଡା ପରି କୋରାପୁଟର ଲମାଟପୁର ଅଞ୍ଚଳ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ !

35

କନକ ବ୍ୟୁରୋ : ରାଜ୍ୟ ସରକାର ଗତ ଚାରି ବର୍ଷରେ ୫୦୦ ପୋଲ ନିର୍ମାଣ କରିଥିବା ନେଇ ଡିଡିଂମ ପିଟୁଛନ୍ତି । କିନ୍ତୁ ପ୍ରକୃତରେ ବର୍ତ୍ତମାନ ସମୟରେ ମଧ୍ୟ ଲୋକମାନେ ଦେଶୀ ଡଙ୍ଗାରେ ଯାତାୟତ କରୁଛନ୍ତି । ବାରମ୍ବାର ଦାବି କଲାପରେ ମଧ୍ୟ ପ୍ରଶାସନ ଲୋକମାନଙ୍କ କଥା ଶୁଣୁନାହାନ୍ତି । ତେଣୁ ବାଧ୍ୟ ହୋଇ ଲୋକମାନେ ଦେଶୀ ଡଙ୍ଗା ସାହାଯ୍ୟରେ ନଦୀ ପାର ହେଉଛନ୍ତି । ତେବେ ଏପରି ସମସ୍ୟା ଦେଖାଯାଇଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକର ସିନ୍ଧିପୁଟଠାରେ । ପ୍ରତ୍ୟେକ ଦିନ ଶହଶହ ଲୋକ ନଦୀ ପାର ହେବା ଲାଗି ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି । କୋଲାବ ଜଳଭଣ୍ଡାର ଲାଗି ଲମତାପୁଟ ଗ୍ରାମରେ ରହୁଥିବା ଲୋକମାନଙ୍କ ଲାଗି ଯେପରି ଅବିଶାପ ପାଲିଟିଛି ।

 

ଏହି ଅଞ୍ଚଳରୁ ହଜାର ହଜାର ଲୋକ ଲମତାପୁର ମାର୍କେଟକୁ ଯିବା ପାଇଁ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି । ଏହା ବର୍ତ୍ତମାନ ମାଲକାନଗିରିର ଚି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଭଳି ରହିଛି । ଲମତାପୁଟ ଅଞ୍ଚଳରେ ପାଖାପାଖି ୫୦ ରୁ ଉଦ୍ଧ୍ୱର୍ଗ୍ରାମ ରହିଛି । ତେବେ ଲୋକମାନେ କୋଲାବ ଜଳ ଭଣ୍ଡାରରେ ଥିବା ଗୋଟିଏ ମାତ୍ର ପୁରୁଣା ଡଙ୍ଗାରେ ଯିବା ଆସିବା କରୁଛନ୍ତି । ଖରା ଦିନେ ଯାହା ଯେମିତି ଚଳିଯାଉଛି । କିନ୍ତୁ ବର୍ଷା ଦିନେ ପରିସ୍ଥିତି ଅସମ୍ଭାଳ ହୋଇ ପଡିଛି । ପ୍ରବଳ ପାଣିରେ ଏପରି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଲୋକ । ଲୋକମାନେ ଅନେକ ଥର ପ୍ରଶାସନକୁ ପୋଲ ପାଇଁ ଗୁହାରି କରିଥିଲେ ମଧ୍ୟ ଏ ପଯ୍ୟନ୍ତ କୈାଣସି ପଦକ୍ଷେପ ନେଇ ନାହାନ୍ତି । ତେବେ ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ସ୍କୁଲରେ ପଢୁଥିବା ପିଲାମାନେ ସମସ୍ତେ ନାନା ପ୍ରକାର ଅସୁବିଧାର ସାମନା କରୁଛନ୍ତି ।

 

ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଯେଉଁ ସ୍ଥାନରେ ପୋଲ ନିର୍ମାଣ କରାଯାଇଛି ତାହା ମଧ୍ୟଦେଇ ଗଲେ ଲମତାପୁଟ ବଜାରରେ ପହଞ୍ଚିବାକୁ ୭୦ କିଲୋମିଟର ବାଟ ଅତିକ୍ରମ କରିବା ପାଇଁ ପଡିବ । କିନ୍ତୁ କୋଲାବ ଜଳଭଣ୍ଡାର ଦେଇ ଗଲେ ମାତ୍ର ୪ କିଲୋମିଟର ବାଟ । ତେଣୁ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଏକ ଛୋଟ ଦେଶୀ ଡଙ୍ଗାରେ ଯାତାୟତ କରୁଛନ୍ତି । ଏହି ଡଙ୍ଗାଟି ପୂର୍ବରୁ ଥରେ ଦୁର୍ଘଟଣା ଗସ୍ତ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ଯଦି ସେଠାରେ ପୋଲ ନିର୍ମାଣ କରିବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି । ଏବେ ଯେଉଁ ଡଙ୍ଗାଟି ଚଳାଚଳ କରୁଛି ତାହା ମଧ୍ୟରେ ଅନେକ କଣା ହେବାର ଦେଖାଯାଇଛି । ତେଣୁ କେତେବେଳେ ଡଙ୍ଗାଟି ଦୁର୍ଘଟଣା ଘଟାଇବ ତାହା କେହି କହିପାରିବେ ନାହିଁ । ସେଠାକାର ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ଆମେ ମାନେ କୋଲାବ ଡ୍ୟାମଲାଗି ବିଚ୍ଛିନ୍ନ ହେଲୁ । ଏହାର ପାଣିରେ ଅନେକ ଲୋକ ଉପକୃତ ହେଉଛନ୍ତି । କିନ୍ତୁ ଆମେ ମାନେ କୈାଣସି ଲାଭ ପାଉନାହିଁୁ । ସରକାର ଆମ ଦାବୀ ନ ଶୁଣିଲେ ବାଧ୍ୟ ହୋଇ ଲମତାପୁଟ ଅଞ୍ଚଳର ସମସ୍ତ ଲୋକ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।