ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଏବଂ ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ ! ଜାଣନ୍ତୁ ଉପସଭାପତି ନିର୍ବାଚନରେ ବିଜୟୀ ହୋଇଥିବା ହରିବଂଶ ସିଂଙ୍କ ବିଷୟରେ କିଛି ।

48

ରାଜ୍ୟସଭା ଉପସଭାପତି ନିର୍ବାଚନରେ ହରିବଂଶ ସିଂଙ୍କ ବିଜୟ ହୋଇସାରିଛି । ଏନଡିଏ ପ୍ରାର୍ଥୀ ହରିବଂଶଙ୍କ ପକ୍ଷରେ ରାଜ୍ୟସଭାରେ ୧୨୫ ସଦସ୍ୟ ଭୋଟ୍ ଦେଇଥିଲେ । କିଛି ଲୋକ ଏ ପର୍ଯ୍ୟନ୍ତ ହରିବଂଶଙ୍କ ବିଷୟରେ ବିଶେଷ କିଛି ଜାଣିନାହାନ୍ତି । ତେବେ ଆସନ୍ତୁ ଆଜି ଜାଣିବା ହରିବଂଶ ସିଂଙ୍କ ବିଷୟରେ କିଛି ।

ସରକାରୀ ଚାକିରି ଛାଡି ସାମ୍ବାଦିକତାକୁ ଆପଣାଇଥିଲେ ।

ହରିବଂଶ ସିଂ ଅର୍ଥଶାସ୍ତ୍ରରେ ନିଜର ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରି ହାସଲ କରିଥିଲେ ଏବଂ ୮୦ ଦଶକରେ ନିଜର ଏକ ହିନ୍ଦୀ ପତ୍ରିକା ଧର୍ମଯୁଗରେ ସାମ୍ବାଦିକ ରୂପେ କାର୍ଯ୍ୟ କଲେ । ଏହାପରେ ସେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ପାଇଥିଲେ କିନ୍ତୁ ପରମୁହୂର୍ତ୍ତରେ ସେ ପୁଣିଥରେ ସାମ୍ବାଦିକତାକୁ ଫେରି ଆସିଥିଲେ । ୧୯୮୯ ମସିହାରେ ସେ ରାଞ୍ଚୀର ପ୍ରଭାତ ନାମକ ଏକ ଖବରକାଗଜର ସଂପାଦକ ରୁପେ କାର୍ଯ୍ୟ କରି ୨୦୧୪ ମସିହାରେ ରାଜ୍ୟସଭାରେ ଜେଡିୟୁ ସଦସ୍ୟ ହେବା ପରେ ସେ ଚାକିରୀରୁ ଇସ୍ତଫା ଦେଇଥିଲେ ।

ରାଜ୍ୟସଭା ସଦସ୍ୟ ହେବା ପୂର୍ବରୁ ସେ ପୂର୍ବ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ରାଜନୀତିକ ପରାମର୍ଶଦାତା ଥିଲେ । ସେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ୍ କୁମାରଙ୍କ ପାଖଲୋକ ଥିଲେ ମଧ୍ୟ ସାଦାସିଧା ଜୀବନଶୈଳୀ ବିତାଉଥିବା ହରିବଂଶ କେବେବି ସାର୍ବଜନୀନ ଭାବେ ଏହାକୁ ସ୍ୱୀକାର କରିନଥିଲେ । କୁହାଯାଏ ଯେ ବିହାରରେ ନିତିଶଙ୍କ ଛବିକୁ ଲୋକଙ୍କଠାରେ ପହଞ୍ôଚବା ପଛରେ ହରିବଂଶଙ୍କ ବହୁତ ବଡ ହାତ ଥିଲା ।