ଦେବାଳିଆ ଅବସ୍ଥାରେ ଯୁବରାଜ ସିଂଙ୍କ ପୂର୍ବତନ ପ୍ରେମିକା ! ସ୍ୱାମୀ ଛାଡିବା ପରେ ରାଜରାସ୍ତାରେ କିମ୍ ଶର୍ମା

35

ଦେବାଳିଆ ହୋଇଯାଇଛନ୍ତି ଯୁବରାଜ ସିଂଙ୍କ ପୂର୍ବତନ ପ୍ରେମିକା । ରାଜ ରାସ୍ତାକୁ ଚାଲିଆସିଛନ୍ତି ଅଭିନେତ୍ରୀ କିମ୍ ଶର୍ମା । ବିବାହର ୭ ବର୍ଷପରେ ସ୍ୱାମୀ ଛାଡି ଦେଇଛନ୍ତି ବଲିଉଡର ଏହି ଚୁଲବୁଲି ନାୟିକାଙ୍କୁ । ସୂଚନା ମୂତାବକ ଅନ୍ୟ ଜଣେ ମହିଳାଙ୍କ ପାଇଁ କିମଙ୍କୁ ତାଙ୍କ ସ୍ୱାମୀ ଛାଡି ଦେଇଛନ୍ତି ।

କିମ୍ ବ୍ୟବସାୟୀ ତଥା ଉଦ୍ୟୋଗପତି ଅଲ୍ଲୀ ପଞ୍ଜାନୀଙ୍କୁ ୨୦୧୦ରେ ବିବାହ କରିଥିଲେ । ବିବାହ ପରେ କିମ୍ କେନ୍ୟାରେ ରହିବା ସହ ସ୍ୱାମୀଙ୍କ ବ୍ୟବସାୟ ବୁଝୁଥିଲେ । ୭ବର୍ଷ ଠିକ୍ ଠାକ୍ ଚାଲିବା ପରେ ଏବେ ଏହି ସଂପର୍କରେ ସୃଷ୍ଟି ହୋଇଛି ଫାଟ । ଅନ୍ୟ ଜଣେ ମହିଳାଙ୍କ ପାଇଁ ଅଲ୍ଲୀ ତାଙ୍କୁ ଛାଡି ଦେବା ପରେ କିମ୍ ଏବେ ଫେରି ଆସିଛନ୍ତି ମୁମ୍ବାଇ । ତେବେ କୋଟିପତି ସ୍ୱାମୀ ଛାଡିଦେବା ପରେ ଏବେ କିମଙ୍କ ପାଖରେ ଫଟା ପାହୁଲାଟିଏ ବି ନାହିଁ ।

ସିନେମା ‘ମୋହବତେଁ’ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ କିମ୍ ଶର୍ମା । ସିନେମାଟି ସୁପରହିଟ୍ ହୋଇଥିଲେ ମଧ୍ୟ କିମଙ୍କ କ୍ୟାରିୟରକୁ ମାେଇଲେଜ୍ ଦେଇପାରିନଥିଲା । ଏହାପରେ ଅଳ୍ପ କିଛି ସିନେମାରେ ଅଭିନୟ କରିଥିଲେ କିମ୍ । କିନ୍ତୁ ନା ଚାଲିଲା ସିନେମା ନା ଚାଲିଲା କିମଙ୍କ କ୍ୟାରିୟର । ବଲିଉଡର ଫ୍ଲପ ନାୟିକା ଭାବେର ଗଚ୍ଚା ହେଲେ କିମ୍ ଶର୍ମା । ଏହା ପରେ କ୍ରିିକେଟିୟର୍ ଯୁବରାଜଙ୍କ ସହ ପ୍ରେମ ଓ ଏବଂ ପରେ ବ୍ରେକ୍ ଅପ୍ ପାଇଁ ଖୁବ୍ ଚର୍ଚ୍ଚିତ ହୋଇଥିଲେ କିମ୍ ଶର୍ମା ।