ଭଇରାଲ ଅଡିଓ ଟେପକୁ ନେଇ ଚର୍ଚ୍ଚା ! ଜଙ୍ଗଲରେ କେବଳ ମାଓବାଦୀ ନୁହେଁ ସାମ୍ବାଦିକଙ୍କୁ ଦେଖିଲେ ବି ଗୁଳି କର ବୋଲି ଅଧିନସ୍ଥ କର୍ମଚାରୀଙ୍କୁ ନିର୍ଦ୍ଦେଶ

50

କନକ ବ୍ୟୁରୋ : ମାଓବାଦୀଙ୍କ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକଙ୍କୁ ଜଙ୍ଗଲରେ  ଦେଖିଲେ ଗୁଳି ମାରିବାକୁ ନିର୍ଦ୍ଦେଶ । ମାଓବାଦୀଙ୍କ ଖବର ସଂଗ୍ରହ କରିବା ପୂର୍ବରୁ ଏଣିକି ହଜାରେ ଥର ଭାବିବେ ସାମ୍ବାଦିକ । ପୂର୍ବରୁ ମାଓବାଦୀଙ୍କ ଠିକଣା ପୋଲିସ ପାଉ ନଥିବା ବେଳେ ସାମ୍ବାଦିକ ମାନେ ତାଙ୍କ ପାଖକୁ ଯାଇ ଖବର ଆଣି ପ୍ରସାରଣ କରୁଥିଲେ । ତେବେ ଏସବୁ ଭିତରେ ପଡୋଶୀ ଛତିଶଗଡରେ ମାଓବାଦୀଙ୍କ ଏକ ଅଡିଓ ଟେପକୁ ନେଇ ଚର୍ଚ୍ଚା । ଛତିଶଗଡ ବିଜାପୁର ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଏହି ଅଡିଓ ଟେପ୍ ଜାରି କରାଯାଇଛି । ଏଥିରେ ନକ୍ସଲଙ୍କ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକଙ୍କୁ ଦେଖିଲେ ଗୁଳିକର ବୋଲି ଶୁଣିବାକୁ ମିଳିଛି ।

maoist 2୩୦ ସେକେଣ୍ଡର ଏହି ଅଡିଓ ଟେପରେ ଜଣେ ଅଧିକାରୀ ଅଧସ୍ଥନ କର୍ମଚାରୀଙ୍କୁ ଏମିତି ନିର୍ଦ୍ଦେଶ ଦେଉଥିବା କୁହାଯାଉଛି । ଅଡିଓ ଟେପ ଭାଇରାଲ ହେବା ପରେ ପୋଲିସ ବିଭାଗ ସତର୍କ ହୋଇଯାଇଛି । ଟେପକୁ ପୋଲିସ ଯାଂଚ କରୁଛି । ବସ୍ତର ଅଂଚଳରେ କିଛି ସାମ୍ବାଦିକ ନକ୍ସଲଙ୍କ ଖବର ସଂଗ୍ରହ କରିବାକୁ ଯାଉଥିବାରୁ ଏଥିରେ ସତ୍ୟତା ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଜୁଲାଇ ୨୭ ତାରିଖରେ ଦକ୍ଷିଣ ବସ୍ତରର ୫ ଜଣ ସାମ୍ବାଦିକ ତେଲେଙ୍ଗାନା ସୀମାରେ ଥିବା ପାଞ୍ଚ ପାଣ୍ଡବ ପର୍ବତକୁ ଯାଇ ଖବର ସଂଗ୍ରହ କରିଥିଲେ । କିନ୍ତୁ ସେହି ସମୟରେ ତାଙ୍କୁ ମାରିଦେବାକୁ ଷଡଯନ୍ତ୍ର ହୋଇଥିଲା ବୋଲି ସାମ୍ବାଦିକ ଜଣକ କହିଛନ୍ତି ।ଏହି ଖବର ସୁରକ୍ଷା କର୍ମୀଙ୍କ ନିକଟରେ ପହଂଚିବା ପରେ ୩୦ ତାରିଖରେ ଏହି ଅଡିଓ ଟେପ ଭାଇରାଲ ହୋଇଥିବା କୁହାଯାଉଛି ।