ପଥରରେ ଛେଚି ଦୁଇ ଭାଇଙ୍କୁ ନିର୍ମମ ହତ୍ୟା

28

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଟାଙ୍ଗେଣୀ ପାହାଡ଼ ନିକଟରେ ପଥରରେ ଛେଚି ଦୁଇ ଭାଇଙ୍କୁ ହତ୍ୟା । ମୃତ ଦୁଇ ଭାଇ ହେଲେ କାଇପଦର ପାଲାସାହିର ବୋଖାରୀ ସାମନ୍ତସିଂହାର ଓ ଶ୍ୱେତ ସାମନ୍ତସିଂହାର । ଦୀର୍ଘ ଦିନ ଧରି ଖୋର୍ଦ୍ଧା ଅଂଚଳରେ ଖଣି ନିଲାମ ବନ୍ଦ ଥିବା ବେଳେ, କାଇପଦର ଓ ଏହାର ଆଖପାଖ ଅଂଚଳରେ ବେଆଇନ ଭାବେ ଖଣି ଚାଲୁରହିଛି । ଏହି ବେଆଇନ ଖଣିରୁ ଗୋଟିଏ ଖଣିକୁ ବୋଖାରୀ ଓ ଶ୍ୱେତ ଚଲାଇ ଆସୁଥିଲେ । ଗତକାଲି ରାତିରେ କେହି ଦୃର୍ବୁତ ତାଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛି । ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।