ଖୋର୍ଦ୍ଧା ଟୋଲଗେଟରେ ୪୬ ଲକ୍ଷ ଲୁଟ୍ ଘଟଣା : ଜବତ କାରର ନମ୍ବର ଜାଲ୍ ବୋଲି ସ୍ପଷ୍ଟ କଲା ପୁଲିସ

16

ଖୋର୍ଦ୍ଧା : ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲଗେଟ୍ ୪୬ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଆଜି ତଦନ୍ତ କରିବ ସାଇଂଟିଫିକ୍ ଟିମ୍ । ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ସାଇଂଟିଫିକ୍ ଟିମ୍ । କେଉଁ ପରିସ୍ଥିତିରେ ଟୋଲଗେଟ୍ ଟଂକା ଲୁଟ୍ ହୋଇଛି, ତାର ଅଧିକ ଅନୁଧ୍ୟାନ କରିବ ଟିମ୍ । ସେପଟେ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍ । ଗତକାଲି ଉଦ୍ଧାର ହୋଇଥିବା ଲୁଟେରାଙ୍କ କାର୍ ନମ୍ବର ଜାଲ୍ ଥିବା ପୁଲିସ ସ୍ପଷ୍ଟ କରିଛି । କାରରେ ରହିଛି ପଶ୍ଟିମବଂଗର ଏକ ଭିଆଇପି ନମ୍ବର । ଗତକାଲି ପୁଲିସ ଏହି ହୋଣ୍ଡାସିଟି କାରକୁ ଜଙ୍ଗଲରୁ ଉଦ୍ଧାର କରିଥିଲା । କାର୍ ମଧ୍ୟରୁ ଗୋଟିଏ କଟୁରୀ ମଧ୍ୟ ଜବତ ହୋଇଛି । ଘଟଣାରେ  ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସୋମବାର ଗୋଡ଼ିପଡ଼ା ଟୋଲଗେଟରୁ ୪୬ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଟଂକା ନେଇ ପଂଜାବ ନ୍ୟାସନାଲ ବ୍ୟାଙ୍କକୁ ଡ଼ିପୋଜିଟ୍ କରିବାକୁ ଯିବା ସମୟରେ ଏକ ଧଳାରଂଗର ହୋଣ୍ଡାସିଟି କାରରେ ଆସି ଦୁବୃର୍ତମାନେ ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଥିଲେ ।