ଦିନଥିଲା ଜ୍ୟାକ ମାକୁ ଚାକିରି ଦେଇନଥିଲା କେଏଫସି ! କଠିନ ପରିଶ୍ରମ କରି ଛିଡ଼ା କରାଇଲେ ୩ ଲକ୍ଷ କୋଟି ଟଙ୍କାର କମ୍ପାନୀ

44

କିଛି ଦିନ ପୂର୍ବରୁ ଖବର ଆସିଥିଲା ଇ-କମର୍ସ କମ୍ପାନୀ ଆଲିବାବାର ସହ ପ୍ରତିଷ୍ଠାତା ତଥା କାର‌୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଜ୍ୟାକ୍ ମା ଅବସର ନେବେ । ଏହାପରେ ସେ ଶିକ୍ଷା କ୍ଷେତ୍ରରେ ତଥା ଜନକଲ୍ୟାଣ କାର୍ଯ୍ୟରେ ମନ ଦେବେ । ପୁଣି ପରେ ଖବର ଆସିଥିଲା ସେ କମ୍ପାନୀରୁ ଅବସର ନେବେନି ବରଂ ଉତ୍ତରାଧୀକାରୀଙ୍କ ଘୋଷଣା କରିବେ । ଅଲିବାବା ଚୀନର  ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ । ଇ-କମର୍ସ ଅର୍ଥ ଇଂଟରନେଟ୍ ଜରିଆରେ ବ୍ୟବସାୟକୁ ବୁଝାଇଥାଏ । କଞ୍ଚା ମାଲର କିଣା ବିକା ଓ ବିଡ଼ିଂ ପରି କାମ ଇ-କମର୍ସ କମ୍ପାନୀରେ ଅନଲାଇନ ମାଧ୍ୟମରେ ହୋଇଥାଏ ।

ଚୀନର ଇ-କମର୍ସ କମ୍ପାନୀ ଅଲିବାବାର ସଂସ୍ଥାପନ ଜ୍ୟାକମା ଆଜି ୩ ଲକ୍ଷ କୋଟି ଟଙ୍କା କମ୍ପାନୀର ମାଲିକ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଙ୍କର ପିଲାଦିନେ ବହୁତ ସଂଘର୍ଷମୟ ଥିଲା । କଲେଜ ଜୀବନରୁ ଚାକରି କରିବା ପର୍ଯ୍ୟନ୍ତ ସେ ଅନେକ ଥର ରିଜେକ୍ଟ ହୋଇଥିଲେ । ପ୍ରସିଦ୍ଧ କମ୍ପାନି କେଏଫସି ମଧ୍ୟ ତାଙ୍କୁ ଚାକିରି ଦେବାପାଇଁ ମନାକରିଦେଇଥିଲା । ଦିନ ଥିଲା ମାତ୍ର ୮୬୭ଟଙ୍କା ପ୍ରତି ମାସ ଆୟ ସେ କରୁଥିଲେ ।

ହାଙ୍ଗଚୋରେ ଜନ୍ମିତ ଜ୍ୟାକ ମା କଲେଜରେ ପ୍ରବେଶିକା ପରୀକ୍ଷାରରେ ୨ ଥର ଅସଫଳ ହୋଇଥିଲେ । ୨୦୧୬ରେ ୱାଲ୍ଡ ଇକେମାନୋମିକ ଫୋନମରେ ସେ କହିିଲେ କି ହାବାର୍ଡ଼ ୟୁନିଭରସିଟି ତାଙ୍କୁ ୧୦ ଇର ଅଯୋଗ୍ୟ ବିବେଚିତ କରିଥିଲା । କିଶୋର ଅବସ୍ଥାରେ ସେ ଜଣେ ଟୁରିଷ୍ଟ ଗାଇଡ଼୍ ଥିଲେ । ଆଉ ସେତେବଳେ ତାଙ୍କର ବୟସ ଥିଲା ମାତ୍ର ୧୨ ବର୍ଷ । ଟୁରିଷ୍ଟଙ୍କର ସହ କଥାବାର୍ତ୍ତା କରି କରି ସେ ଇଂରାଜୀ ଶିଖିଥିଲେ । ୧୯୯୯ ଅଲିବାବାର ଆରମ୍ଭ କରିବା ପୂର୍ବରୁ ସେ ଅନେକ ଜାଗାରେ ଚାକରି ପାଁଇ ଇଂଟରଭିୟୁ ଦେଇଥିଲେ । କିନ୍ତୁ ସେହି ସମୟରେ ମଧ୍ୟ ତାଙ୍କୁ କେହି ସିଲେକ୍ଟ କରନଥିଲେ । କେଏଫସି ମଧ୍ୟ ଉକ୍ତ କମ୍ପାନୀ ମଧ୍ୟରୁ ଏକ । ଆଉ ତା’ପରେ ତାଙ୍କୁ ସ୍ଥାନୀୟ ୟୁନିଭରସିଟରେ ଇଂରାଜୀ ଶିକ୍ଷକ ରୂପେ ଏକ ଚାକିରି ମିଳିଥିଲା ।

ପରେ ସେ ୧୭ ଜଣ ସାଙ୍କ ସହ ମିଶି ଅଲିବାବା ପ୍ରତିଷ୍ଠା କରିଥିଲେ । ତାଙ୍କ ଅପାର୍ଟମେଂଟର ବାହାରେ ହିଁ ସେ ଏହି କାମ ଆରମ୍ଭ କରିଥିଲେ । ଅଲିବାବା ପ୍ରାରମ୍ଭିକ କାରବାର ଅନଲାଇନ ମାର୍କେଟ ରୂପରେ ହେଉଥିଲ । ଯେଉଁଥିଲେ ସେ ଅନଲାଇନ୍ ତାଙ୍କ ସାମଗ୍ରୀ ବିକ୍ରି କରୁଥିଲେ । ପରେ ୨୦୧୩ରେ ପର୍ଯ୍ୟନ୍ତ କିଛି ଖାସ୍ ସଫଳତା ମିଳିନଥିଲା । ୨୦୧୩ ପରଠାରୁ ହିଁ କମ୍ପାନୀର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଲା । କଠିନ ପରିଶ୍ରମ ବଳରେ ଅଲିବାବା କମ୍ପାନୀକୁ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି ଜ୍ୟାକ୍ ମା ।