ସଙ୍ଗିନ ହେଉଛି ଡେଙ୍ଗୁ ପରିସ୍ଥିତି : କେନ୍ଦୁଝର ବଡବିଲରେ ଜଣେ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ୨୯୬କୁ ବୃଦ୍ଧି

15

କେନ୍ଦୁଝର : କେନ୍ଦୁଝରରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ । ଧୀରେ ଧୀରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତମାନ ସୁଦ୍ଧା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬ରେ ପହଂଚିଛି । ସେପଟେ ବଡବିଲ ଅଂଚଳରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି । ଘର ଚାରିପାଖ ସଫାସୁତରା ରଖିବାକୁ ପରାମର୍ଶ ଦେଉଛି ପ୍ରଶାସନ । ଖୋଦ୍ ଜିଲ୍ଲାପାଳ ବି ବିଭିନ୍ନ ୱାର୍ଡ ବୁଲି ଲୋକଙ୍କୁ ବୁଝାଉଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ବିଭିନ୍ନ ଅଂଚଳ ବୁଲି ଡେଙ୍ଗୁ ସ୍ଥିତି ଅନୁଧ୍ୟାନ କରିବା ସହ ରକ୍ତ ନମୂନା ସଂଗ୍ରହ କରୁଛି । ଏପଟେ କଟକରେ ମଧ୍ୟ ଭୟଙ୍କର ରୂପ ନେଇଛି ଡେଙ୍ଗୁ । ଜଗତପୁର ପରେ ଏବେ କଟକ ସିଡିଏ ୧୩ ନମ୍ବର ଅଂଚଳର କିଛି ବସ୍ତିରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ପୂର୍ବରୁ କଟକ ଏସସିବି ସ୍ୱତନ୍ତ୍ର ଡେଙ୍ଗୁ ବିଭାଗରେ ୩୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ କେବଳ କଟକ ବାସିନ୍ଦା ବୋଲି ଜଣାପଡିଛି ।