କେଉଁଝରରେ ଝାଡଖଣ୍ଡୀ ହାତୀପଲର ଉପଦ୍ରବ : ମାତିଛନ୍ତି ୯୦ ରୁ ଅଧିକ ବଣୁଆ ହାତୀ

16

କେଉଁଝର : କେଉଁଝରରେ ଝାଡଖଣ୍ଡୀ ହାତୀପଲର ଉପଦ୍ରବ । ମାତିଛନ୍ତି ୯୦ ରୁ ଅଧିକ ବଣୁଆ ହାତୀ । ଚମ୍ପୁଆ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଦେଇଛନ୍ତି । ୫-୬ଟି ଦଳରେ ହାତୀପଲ ବୁଲୁଛନ୍ତି । ହାତୀପଲ ଧାନ ଫସଲ ନଷ୍ଟ କରିବା ସହ ଜନବସତି ଆଡକୁ ମୁହାଁଉଛନ୍ତି । ଗାଁରେ ପଶି କିଛି ଘର ମଧ୍ୟ ଭାଂଗି ଦେଇଛନ୍ତି । ଫଳରେ ଲୋକେ ସାରା ରାତି ଅନିଦ୍ରା ରହି ହାତୀ ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ହାତରେ ଲାଇଟ୍ ଓ ବାଣ ଧରି ବନ ଅଧିକାରୀଙ୍କ ସହ ଯାଉଛନ୍ତି । ହାତୀପଲକୁ ଘଉଡାଇବାକୁ ନାକେଦମ୍ ହୋଇଛି ବନବିଭାଗ ।