ପଂଚାୟତ ନିର୍ବାଚନରେ ବିଜେଡି ବିଧାୟକଙ୍କ ଚଂଚକତା ମାମଲା : ବିଡିଓଙ୍କୁ ନିର୍ବାଚନ ପରିଚାଳନାରୁ ଦିଆଗଲା ଅବ୍ୟାହତି

17

କନକ ବ୍ୟୁରୋ : କେନ୍ଦ୍ରାପଡା ପେଣ୍ଠପାଳ ପଂଚାୟତ ନିର୍ବାଚନରେ ନିଜ ପତ୍ନୀଙ୍କୁ ଜିତାଇବା ପାଇଁ ବିଜେଡି ବିଧାୟକଙ୍କ ଚଂଚକତା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ରକୁ ବେଆଇନ୍ ଭାବେ ନାକଚ କରି ବିଜେଡି ବିଧାୟକ କିଶୋର ତରାଇଙ୍କ ପତ୍ନୀ ବବିତା ତରାଇଙ୍କୁ ସମିତି ସଭ୍ୟା ଭାବରେ ଜିତାଇ ଦେଇଥିଲେ ବିଡିଓ ।

ଏହି ଘଟଣାପରେ ଆଜି ରାଜ୍ୟ ନିର୍ବାଚନ କମିଶନ ପଦକ୍ଷେପ ନେଇଛନ୍ତି । ପଟାମୁଣ୍ଡାଇ ବିଡିଓଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । ଘଟଣାକୁ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା । ଏହାପରେ କେନ୍ଦ୍ରାପଡାରେ ବ୍ୟାପକ ପ୍ରତିବାଦ ଦେଖାଦେଇଥିଲା । କଂଗ୍ରେସ କର୍ମୀମାନେ ପେଣ୍ଠପାଳ ପଂଚାୟତ ଅଫିସ ଓ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ :