କଟକ ଟଙ୍କା କେନ୍ଦ୍ରାପଡାରେ :୨୫ ଲକ୍ଷରୁ ଅଧିକ ପୁରୁଣା ହଜାର ଟଙ୍କିଆ ନୋଟ ଜବତ କଲା ପୁଲିସ

23

କନକ ବ୍ୟୁରୋ : ଅଚଳ ଟଙ୍କାକୁ ନେଇ ପ୍ରତିଦିନ କିଛି ନା କିଛି ରୋଚକ କଥା ସାମ୍ନାକୁ ଆସୁଛି । କେତେବେଳେ ଟଙ୍କା ନଦୀରେ ଭସାଗଲାଣି ତ କେବେ ନାଳରେ । କେଉଁଠି କୋଟି କୋଟି ଟଙ୍କା ଟିକ୍ ଟିକ୍ କରି କାଟି ପୋଡି ଦିଆଯାଉଛି ତ ଆଉ କେଉଁଠି ଜରି ପୁଡିଆରେ ଅଳିଆ ଗଦାରେ ଫିଙ୍ଗାଯାଉଛି । ବିପୁଳ ପରିମାଣର ଟଙ୍କା ମହଜୁଦ ରଖିଥିବା ଲୋକେ ସେସବୁ ଧଳା ଓ ସଚଳ କରିବା ପାଇଁ ନାନା ଉପାୟ ବାହାର କରୁଛନ୍ତି ।

କଟକର ଜଣେ ବ୍ୟବସାୟୀ କେନ୍ଦ୍ରାପଡାରେ ଲକ୍ଷ ଲକ୍ଷ ଟଙ୍କା ରଖିବା ପାଇଁ ବ୍ୟାଙ୍କକୁ ଯାଇଥିବା ପୁଲିସ ହାବୁଡରେ ପଡିଛନ୍ତି । କଟକର ସୁନା ବ୍ୟବସାୟୀ ପରେଶ ଶାହା ୨୫ଲକ୍ଷ ୫୦ହଜାର ଟଙ୍କା ଧରି କେନ୍ଦ୍ରାପଡା ତିନିମୁହାଣିଠାରେ ଥିବା ଏକ ଘରୋଇ ବ୍ୟାଙ୍କରେ ଡିପୋଜିଟ କରିବା ପାଇଁ ଯାଇଥିଲେ । କଟକର ବ୍ୟବସାୟୀ କେନ୍ଦ୍ରାପଡା ବ୍ୟାଙ୍କରେ ଟଙ୍କା ରଖିବାକୁ ଆସିଥିବା ଖବର ପାଇ ସନ୍ଦେହ କରିଥିଲା ପୁଲିସ ।

ପୁଲିସ ଏହି ଟଙ୍କାକୁ ଜବତ କରିଛି, ହେଲେ ବ୍ୟବସାୟୀ ସଫେଇ ଦେଇଛନ୍ତି ସେ କଟକରେ ସୁନା ବ୍ୟବସାୟ କରନ୍ତି ସତ କିନ୍ତୁ କେନ୍ଦ୍ରାପଡାର ଏହି ବ୍ୟାଙ୍କରେ ଆକାଉଂଟ ଥିବାରୁ ଡିପୋଜିଟ କରିବାକୁ ଆସିଥିଲେ ।